ନୂଆଦିଲ୍ଲୀ: ଇରାନ ଉପରେ ହେବ ଭୟଙ୍କର ଆକ୍ରମଣ । ଜୋରଦାର ଆକ୍ରମଣ ହେବ ବୋଲି ଇରାନକୁ ଚେତାବନୀ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ । ଗତ ୧୨ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ଇରାନ ଏପର୍ଯ୍ୟନ୍ତ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ‘ଅପରେସନ୍ ଏପିକ୍ ଫ୍ୟୁରୀ‘ ଅନ୍ତର୍ଗତ ଇରାନ ଉପରେ ସର୍ବାଧିକ ସଂଖ୍ୟାରେ ଫାଇଟର ଜେଟ୍ ଏବଂ ବୋମା ବର୍ଷଣକାରୀ ବିମାନ ଆକ୍ରମଣ ହେବ । ଇରାନର ମିସାଇଲ୍ ଭଣ୍ଡାର, ନୌସେନା ବେସ୍ ଏବଂ ପ୍ରତିରକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଏହି ଆକ୍ରମଣର ଲକ୍ଷ୍ୟ ହେବ ବୋଲି ହେଗସେଥ କହିଛନ୍ତି ।
ସେପଟେ ଇସ୍ରାଏଲ ସହିତ ହେବାକୁ ଥିବା ମିଳିତ ଅପରେସନରେ ଇରାନ ସମେତ ଦକ୍ଷିଣ ଲେବାନନରେ ଥିବା ହିଜବୁଲ ଆଡ୍ଡା ଉପରେ ମଧ୍ୟ ଭୟଙ୍କର ଏୟାରଷ୍ଟ୍ରାଇକ ହେବ ବୋଲି କୁହାଯାଇଛି । ଗତ ୧୨ ଦିନ ଧରି ଚାଲିଥିବା ଯୁଦ୍ଧରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ବି ଇରାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି । ସେପଟେ ଯଦି ଆମେରିକା ସବୁଠାରୁ ବଡ଼ ଆକ୍ରମଣ କରେ, ତେବେ ମଧ୍ୟପ୍ରାଚ୍ୟ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି ।

