ତିଦ୍ଦତ: ଭାରତ ସମେତ ବିଶ୍ୱର ଅନେକ ଦେଶରେ ନିରନ୍ତର ଭୂମିକମ୍ପ ଲୋକଙ୍କ ହୃଦୟରେ ଭୟ ସୃଷ୍ଟି କରିଛି । ସାମ୍ପ୍ରତିକ ସମୟରେ ଭୂମିକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ତିଦ୍ଦତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୭ ଥିବା ଜଣାପଡିଛି ।
ଶୁକ୍ରବାର ତିବ୍ଦତରେ ହୋଇଥିବା ଭୂମିକମ୍ପ ବିଷୟରେ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ସୂଚନା ଜାରି କରିଛି । ସଂସ୍ଥା ଅନୁଯାୟୀ, ଶୁକ୍ରବାର ଭୋର ୪ଟା ୨ ମିନିଟ୍ ସମୟରେ ତିବ୍ଦତରେ ୩.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା ।
ସେପଟେ NCS ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ ଟା ୫୬ ମିନିଟରେ ପଶ୍ଚିମବଙ୍ଗରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୯ କିଲୋମିଟର ଗଭୀରତାରେ ଥିଲା ।

