ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତା ୧୭ ସେପ୍ଟେମ୍ବର ଠାରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା “ସେବା ସଂକଳ୍ପ ଅଭିଯାନ” ପାଇଁ ରେମୁଣା ବିଜେପି କାର୍ଯ୍ୟାଳୟରେ ରବିବାର ଅପରାହ୍ନ ୪ ଘଟିକାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପର୍ଶ୍ୟୁରାମ ପରିଡ଼ା, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ବିଧାୟକ ପ୍ରତିନିଧି ଶ୍ରୀ କାର୍ତ୍ତିକ ଚନ୍ଦ୍ର ଗିରି, ଜିଲ୍ଲା ସମ୍ପାଦକ ଶ୍ରୀ ରାଜେଶ ମହାପାତ୍ର, ଜିଲ୍ଲା ଉପସଭାପତି ଶ୍ରୀ ସୁକୁମାର ଦାସ ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷା ଶ୍ରୀଯୁକ୍ତ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଆଗାମୀ ଦିନରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କିପରି ସଫଳ ଭାବେ ଆୟୋଜନ କରାଯିବ, ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ ଏହି ଅଭିଯାନର କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି ଅଭିଯାନରେ ସେବା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହ ଯୋଡ଼ି ହେବା ଏବଂ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କୁ ସକ୍ରିୟ ଭାଗୀଦାରୀ ନେବାକୁ ଆହ୍ୱାନ କରାଯାଇଥିଲା। ଏହି ଅବସରରେ ମଣ୍ଡଳ ସଭାପତି ଉମାକାନ୍ତ ଜେନା, ପ୍ରଫୁଲ୍ଲ ଦ୍ୱିବେଦୀ, ବିବେକ ବିକାଶ ରାଉତ, ମାନସ କୁମାର ମହାନ୍ତି, ମାୟାଧର ପ୍ରଧାନ, ଜିଲ୍ଲା ସମ୍ପାଦିକା ରବିତା ଦାସ, କାଉନ୍ସିଲର୍ ସିବୋନ ରାୟ, ସରପଞ୍ଚ ନିତାଇ ଚରଣ ନାୟକ, ହରେନ୍ଦ୍ର ମଲ୍ଲିକ, ସୁମନ୍ତ ଦାସ, ସୁବ୍ରତ ଦାସ ସହିତ ବରିଷ୍ଠ କାର୍ଯ୍ୟକର୍ତ୍ତା ମହେଶ୍ୱର ପ୍ରଧାନ, ଭୋଳାନାଥ ପାତ୍ର, ବିଭୂତି ରଞ୍ଜନ ସେନାପତି ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ପଦାଧିକାରୀମାନେ ଉପସ୍ଥିତ ଥିଲେ।

