ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତର ଦମଦାର ବିଜୟ । ଆଫଗାନିସ୍ତାନକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ୧୫୭ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ହାତରେ ୩୮ ବଲ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ବିସ୍ଫୋରକ ପାଳି ଖେଳିଥିଲେ ଅଭିଷେକ ଶର୍ମା ।
୩୨ ବଲରେ ୮୨ ରନର କରିଥିଲେ । ଅଭିଷେକଙ୍କ ଇନିଂସରେ ଥିଲା ୭ ଚୌକା ଓ ୭ ବିଶାଳ ଛକା । ସେହିପରି ଇସାନ କିଷାନ ୪୨ ରନ କରିଥିଲେ । ଶ୍ରେୟସ ଆୟର ୮ ଓ ତିଳକ ବର୍ମା ୩ ରନ କରି ଅପରାଜିତ ଥିଲେ । ପୂର୍ବରୁ ୮ ୱିକେଟ ହରାଇ ୧୫୬ ରନ କରିଥିଲା ଆଫଗାନିସ୍ତାନ ।
ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୫୦ ରନ ପୂର୍ବରୁ ଦଳ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା । ତେବେ ଅଜମାତୁଲ୍ଲାହ ଓମରଜଇଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୫୫ ରନ ପାର କରିଥିଲା । ଭାରତ ପକ୍ଷରୁ ଦ୍ରୁତ ବୋଲର ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

