ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ର ଗୋପିଗୁଡା ଗ୍ରାମର କୋମଳ ଲୋଚନ ପୂଜାରୀ (35)ଙ୍କ ଘରେ ଦେଖିବାକୁ ମିଳିଛି ଗୋଟିଏ ଅଜବ ଘଟଣା l ଦୀର୍ଘ ଚାରି ଦିନ ହେଲା ଘର ଭିତରେ ଠାଁ ଠାଁ କୁ ଆପେ ଆପେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ଯାଉଛି l ଯାହା ଫଳରେ ପରିବାର ଲୋକ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି,ନିଆଁ ଲିଭାଇ ନୟାନ୍ତ ହୋଇ ସାରିଲେଣି, ଠିକ ରେ ଘରେ ରହିପାରୁନାହାନ୍ତି କି ଶୋଇ ପାରୁନାହାନ୍ତି। କୋମଳ ଙ୍କ ପରିବାର ପୂଜାରୀ ପରିବାର ହୋଇଥିବା ଯୋଗୁଁ ପୂଜା ପାଠ ଉପରେ ଟିକେ ଅଧିକ ବିଶ୍ୱାସ ଏଣୁ ସ୍ଥାନୀୟ ଶିରା, ଦିଶାରୀ ଙ୍କୁ ଆଣି ପୂଜା ପାଠ କରିବା ସହ ନିଜେ ମଧ୍ୟ ପୂଜା ପାଠ କରୁଛନ୍ତି। ଆଜି ଖବର ପାଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ମାନେ ସ୍ଥିତି ପରଖିଛନ୍ତି। ଆଜିର ଆଧୁନିକ ଯୁଗରେ ଏହି ଭଳି ଘଟଣା କୁ ନେଇ ଏହା କୁ ଅଲୌକିକ ଘଟଣା, ଭୌତିକ କାଣ୍ଡ ନା ପ୍ରବଳ ଅନ୍ଧ ବିଶ୍ୱାସ ଜଣାପଡ଼ୁ ନାହିଁ।
ଆମ ପାଖରେ ତାଙ୍କ ପାଖ ପୋଡ଼ସୀ ଓ ଘର ଲୋକ ଙ୍କ ଠାରୁ ପାଇଥିବା ଭିଡିଓ ରେ ନିଆଁ ଲାଗିଥିବା ଓ ଲିଭାଇବା ଦୃଶ୍ୟ ରେ ଘରର କପଡା , ଧାନ ବସ୍ତା, ସିଢି ପାହାଚ, ଦୁଲାମ, ବାସନ ଷ୍ଟାଣ୍ଡ, ଲୁଗା ପଟା, ଟିଣ ପେଢ଼ି ଇତ୍ୟାଦି ଜାଗା ରେ ଆପେ ଆପେ ନିଆଁ ଲାଗି ଦେଖାଯାଉଛି। କୋମଳ ଙ୍କ ପରିବାର ଲୋକ ଙ୍କ ଅନୁଯାୟୀ ଗତ ଶୁକ୍ରବାର ଦିନ ପ୍ରଥମେ ନିଆଁ ଲାଗିଥିଲା ପରିବାର ଲୋକ ନିଆଁ ଲିଭାଇଥିଲେ l ପୁଣି ଶନିବାର ଦିନ ପୁରା ଦିନ ସାରା କପଡା ଇତ୍ୟାଦି ରେ ନିଆଁ ଲାଗିବାରୁ ପରିବାର ଲୋକ ବାଧ୍ୟ ହୋଇ ପଡିଶା ଘରେ ଲୁଗାପଟା ରଖିଥିଲେ l ପୁଣି ପଡିଶା ଘରେ ମଧ୍ୟ ନିଆଁ ଲାଗିଥିଲା l ଆଜି ମଧ୍ୟ ଠିକ ସେହି ଭଳି ପରିସ୍ଥିତି ଉପୁଜିବାରୁ ପରିବାର ଲୋକ ଘରେ ଶିରା (ପୂଜାରୀ )ବସାଇ ପୂଜାର୍ଚନା କରିବାରୁ ଘରେ ଏ ଯାଏଁ ନିଆଁ ଲାଗି ନଥିବା କହିଛନ୍ତି କୋମଳ ଲୋଚନ l ବାପା, ମା ଙ୍କ ସହ ପରିବାର ରେ ଆଠ ଜଣ ସଦସ୍ୟ ରହିଛନ୍ତି l ଦୀର୍ଘ 3ଦିନ ହେଲାଣି ସେମାନେ ଠିକରେ ଘରେ ରହି ପାରୁନାହାନ୍ତି l ପ୍ରଶାସନ ପକ୍ଷରୁ ଆଜି ସ୍ଥିତି ପରଖିବା ସହ ପରିବାର କୁ ସମସ୍ତ ସହଯୋଗ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

