ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବ୍ରୁଆରୀ 22/02/26 ମଧ୍ୟ ରାତ୍ରିରେ ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି 70 ଲକ୍ଷ ନଗଦ ଟଙ୍କା ସହ ସୁନା ଆଲଙ୍କାର ଲୁଟ ଘଟଣାର ପର୍ଦାଫାସ।21 ଲକ୍ଷରୁ ଉର୍ଦ୍ଧ ଟଙ୍କା, ସହ ସୁନା ରୁପା ଅଳଙ୍କାର ,ଡକାୟତି ରେ ବ୍ୟବହୃତ କାର, ସ୍କୁଟି ଜବତ କରିବା ସହ ଏହି ଡକାୟତି ରେ 7 ଜଣ ଆନ୍ତଜିଲ୍ଲା ଜିଲ୍ଲା ଡକାୟତକୁ ଗିରଫ କରିଥିବା ପ୍ରେସ ମିଟ ମାଧ୍ୟମରେ ସୂଚନା ଦେଲେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ।

ନବରଙ୍ଗପୁର SP ଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ଏବଂ ଦୀର୍ଘ ଆଠ ଦିନ ପରେ 7 ଜଣ ଅନ୍ତ ଜିଲ୍ଲା ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ଏବଂ ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଡକାୟତ ମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ପୋଲିସ ପ୍ରକାଶ କରିଛି।ସୂଚନା ଅନୁଯାଇ ଅମୁଲ୍ୟ ଜେନା ଜମି ବିକ୍ରିକରୀ ନଗଦ ଟଙ୍କା ଘରେ ରଖିଥିବା ଖବର , ଅମୁଲ୍ୟ ଙ୍କ ଦୁଇ ସମ୍ପର୍କୀୟ ଜାଣି ଡକାୟତ ମାନଙ୍କୁ ଖବର ଦେଇ ଡକାୟତ ପାଇଁ ଯୋଜନା ପ୍ରସ୍ତୁତ କରି 22/02/26 ମଧ୍ୟ ରାତ୍ରିରେ ଡକାୟତ କରିଥିଲେ

