ତିହିଡି, ୦୨.୦୩: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କଶିମଳାଗୋଠ ଗ୍ରାମର ବାସିନ୍ଦା ତଥା ପୂର୍ବତନ ସରପଞ୍ଚ ସନାତନ ରାଉତଙ୍କ ୧୫ତମ ଶ୍ରାଦ୍ଧା ବାର୍ଷି ଉତ୍ସବରେ ତାଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ଯଶିପୁର ସରପଞ୍ଚ ପ୍ରମିଳା ମାଝୀ, ପୂର୍ବତନ ସରପଞ୍ଚ ମଧୁସୂଦନ ଜେନା, ସମିତି ସଭ୍ୟ ଶ୍ରୀବାସ ଦାସ, ଲକ୍ଷ୍ମଣ ଜେନା, ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ସୁବାଶିଶ ମଲ୍ଲିକ, ବରିଷ୍ଠ ବିଜେଡି ନେତା ପ୍ରତାପ ଚନ୍ଦ୍ର ଧଳ, ରମେଶ ଚନ୍ଦ୍ର ନାୟକ, ଧିରେନ୍ଦ୍ର କୁମାର ବେହେରା, ନଳିନୀକାନ୍ତ ନାୟକ, ଅକ୍ଷୟ ଧଳ, ସଞ୍ଜୁଲତା ମାଝୀ, ଇନ୍ଦୁରେଖା ମହାନ୍ତି, ମମତା ଦାସ, ଉଦିତ ନାରାୟଣ ପଣ୍ଡା, ସୁଦର୍ଶନ ସ୍ୱାଇଁ, ସଞ୍ଜୟ ଦାସ, କମଳାକାନ୍ତ ଦାସ, ସୁବାଶ ତ୍ରିପାଠୀ, ଗୋରାବାବୁ ସାହା, ବିଶ୍ୱକେଶ୍ୱରୀ ମହାନ୍ତି, ନିର୍ମଳ ରାଉତ, ରଞ୍ଜନ ଦାସ, ମଙ୍ଗୁଳି ଚରଣ ବେହେରା, ଗଙ୍ଗାଧର ବାରିକ, ଆଶିଶ କୁମାର ମାହୁନ୍ତ ଓ ସୀତାଂଶୁ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତ ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ସେ ସମସ୍ତଙ୍କ ପ୍ରିୟ ମଣିଷ ଥିଲେ ବୋଲି କହିଥିଲେ । ସ୍ମୃତି କମିଟିର ସଭାପତି ଗୁରୁପ୍ରସାଦ ମହାନ୍ତି, ପୃଥିରାଜ ନାୟକ, ଦିଲ୍ଲିପ କୁମାର ବିଶ୍ୱାଳ, ସୁବାଶ ନାୟକ, ସୁରେନ୍ଦ୍ର ପାଢୀ, ଦୀପକ ଭୋଇ, ସୁରେନ୍ଦ୍ର ବିଶ୍ୱାଳ, ସୁଶାନ୍ତ ସ୍ୱାଇଁ, ଶରତ ଧଳ, ସଂଗ୍ରାମ ଦାସ, ରାଜିବ ସାହୁ, ସତ୍ୟବ୍ରତ ରାଉତ, ସଞ୍ଜୟ ରାଉତ, ପ୍ରଫୁଲ ରାଉତ, ସୁଦର୍ଶନ ରାଉତ ଓ ସୁବାଶ ଚନ୍ଦ୍ର ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲେ । ଏଥିରେ ୭୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ବ୍ଲକ ବ୍ୟାଙ୍କ ପକ୍ଷରୁ ରବିନ୍ଦ୍ର ଜେନା, ରତିକାନ୍ତ ବଳ, ସୁଶାନ୍ତ ପଣ୍ଡା, ମାନସ ପଣ୍ଡା ଓ ସେକ୍ ବୁଦ୍ଧିଆ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ସ୍ୱର୍ଗତ ରାଉତଙ୍କ ପୁତ୍ର ସତ୍ୟାନନ୍ଦ ରାଉତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

