ତିହିଡି, ୦୨.୦୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଅଧିନ ଦୋଳସାହି ଗାଁ ପତିସାହିର ଦୁଇ ଶହ ବର୍ଷର ମେଳନ ପରମ୍ପରା । ଚଳିତ ବର୍ଷ ଏହି ମେଳନ ଅନୁଷ୍ଠିତ ହୋଇ ସୋମବାର ମଧ୍ୟାହ୍ନରେ ଉଦ୍ଯାପିତ ହୋଇଯାଇଛି । ଚଳିତ ବର୍ଷ ମେଳନରେ ୧୪ଟି ବିମାନ ଆସି ଭୋଗ ଗ୍ରହଣ କରିଥିଲେ । ଏକ ନମ୍ବର ଥାନପତି ଭାବେ ଦୋଳସାହି ଦାମୋଦର ଜୀୟୁ ଆସନ୍ତ ଗ୍ରହଣ କରିବା ପରେ ଦୋଳସାହି ଗୋପିନାଥ ଜୀୟୁ, ରାଧାମାଧବ ଜୀୟୁ, ଗାଜିପୁରର ଦାମୋଦର ଜୀୟୁ, ରଘୁନାଥ ଜୀୟୁ ଓ ରାଧାକ୍ରିଷ୍ଣ ଜୀୟୁ, ଜିତାନଗାର ମଦନମୋହନ ଜୀୟୁ, ନୂଆସାଶନର ଦନାର୍ଦ୍ଦନ ଜୀୟୁ ପ୍ରମୁଖ ଆସନ ଗ୍ରହଣ କରିଥିଲେ । ମୁଖ୍ୟତଃ ରମାକାନ୍ତ ପତିଙ୍କ ତତ୍ୱବଧାନରେ ଏହି ମେଳନ ଅନୁଷ୍ଠିତ ହୋଇଥାଏ । ଠାକୁରବାଡିଆ କାମେଶ୍ୱର ପ୍ରହରାଜ, ରବିନାରାୟଣ ସାହୁ, ସମୋନାଥ ବେହେରା, ସୁଦର୍ଶନ ସାହୁ, ରବିନ୍ଦ୍ର ପାଣିଗ୍ରାହୀ, ବସନ୍ତ ପତି ଓ କମଳଲୋଚନ ପାଣିଗ୍ରାହୀ ପ୍ରମୁଖରେ ବିମାନରେ ଉପସ୍ଥିତ ଥିଲେ । ଗ୍ରାମବାସୀ ଶତୃଘନ ପାଣି, ରବିନାରାୟଣ ପତି, ଶୁକଦେବ ପତି, ରଘୁନାଥ ପତି, ତାପସ ରଞ୍ଜନ ପତି, ବିକାଶରଞ୍ଜନ ପତି, ହିମାଂଶୁ ପତି, ସୁଧାଂଶୁ ପତି, ରାଜେଶ ପାଣିଗ୍ରାହୀ, ମନୋରଞ୍ଜନ ପତି, ଜ୍ୟୋତିରଞ୍ଜନ ପତି, ଅଭିଷେକ ପତି ପ୍ରମୁଖ ମେଳନ ପରିଚାଳନାରେ ସହଯୋଗ କରିଥିଲେ ।

