ଭୁବନେଶ୍ୱର:
ବ୍ୟାଙ୍କ ଅଫ୍ ବରୋଦା, ଭୁବନେଶ୍ୱର ଜୋନ୍ ପକ୍ଷରୁ ‘ସତର୍କତା ସଚେତନତା ସପ୍ତାହ ୨୦୨୬’ ଅବସରରେ ଏକ ୱାକାଥନ୍ ଆୟୋଜିତ ହୋଇଥିଲା। ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ “ସମୃଦ୍ଧି ପାଇଁ ସଚ୍ଚୋଟତା” ବିଷୟବସ୍ତୁକୁ ନେଇ ପାଳନ କରାଯାଉଥିବା ଏହି ସପ୍ତାହ, ଅଗଷ୍ଟ ୧୭ରୁ ନଭେମ୍ବର ୧୬, ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ବ୍ୟାପକ ସତର୍କତା ସଚେତନତା ଅଭିଯାନର ଅଂଶବିଶେଷ।
ଏହି ୱାକାଥନ୍ରେ ବ୍ୟାଙ୍କର ଭୁବନେଶ୍ୱର ଜୋନ୍ର ମହାପ୍ରବନ୍ଧକ ତଥା ଜୋନାଲ୍ ମୁଖ୍ୟ ଶ୍ରୀ ଶରତ କୁମାର ପାଣିଗ୍ରାହୀ, ଡିଜିଏମ୍-ବିଡି ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଡିଜିଏମ୍-ଜିଆଇଏଡି ଶ୍ରୀ ଜଗଜୀବନ ମହାପାତ୍ରଙ୍କ ସମେତ ବରିଷ୍ଠ ଜୋନାଲ୍ ଓ ଆଞ୍ଚଳିକ ଅଧିକାରୀ, ସହରର ବିଭିନ୍ନ ଶାଖା ଏବଂ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଜନସଚେତନତା ବୃଦ୍ଧି ଏବଂ ନୈତିକ ଆଚରଣ ପ୍ରତି ପ୍ରତିବଦ୍ଧତାର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଅବସରରେ ଶ୍ରୀ ଶରତ କୁମାର ପାଣିଗ୍ରାହୀ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କର୍ମଚାରୀମାନଙ୍କୁ ନୈତିକ ମୂଲ୍ୟବୋଧ ବଜାୟ ରଖିବା ସହ ବୃତ୍ତିଗତ ଓ ସାର୍ବଜନୀନ ଜୀବନରେ ଦୁର୍ନୀତି ବିରୋଧରେ ସର୍ବଦା ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ।

