ଚାନ୍ଦବାଲି: ଚାନ୍ଦବାଲି ଏଚଡିଏଫସି ବ୍ୟାଙ୍କରେ ନକଲି ସୁନାକୁ ନିଲାମ କରି ଠକେଇ ଅଭିଯୋଗ । ବ୍ୟାଙ୍କ ଭିତରେ ହୋହାଲ୍ଲା କଲେ ଠକାମୀର ଶିକାର ଦମ୍ପତି। ଏନେଇ ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି କୃଷ୍ଣନଗର ଗାଁର ପଞ୍ଚାନନ ସାହୁ । ସେ ଏତଲାରେ ଉଲ୍ଲେଖ କରିଛନ୍ତି, ଏଚଏଫଡିସି ବ୍ୟାଙ୍କ ଚାନ୍ଦବାଲି ଶାଖାର ଅଧିକାରୀମାନେ ପୁରୁଣା ବନ୍ଧକ ସୁନା ବୋଲି କହି ନକଲି ଗହଣା ନିଲାମ କରି ତାଙ୍କ ଠାରୁ ନଅ ଲକ୍ଷ ଟଙ୍କା ନେଇଛନ୍ତି । ସେ ପୂର୍ବରୁ ଦୁଇ ଥର ବ୍ୟାଙ୍କରୁ ସୁନା କ୍ରୟ କରିଥିବାରୁ ବ୍ୟାଙ୍କର ମୋହରକୁ ବିଶ୍ଵାସ କରିବା ସହ ସୁନାଗହଣା ନିଲାମ ନେଇଥିଲେ ।
ଏଥର ପଞ୍ଚାନନ ସାହୁ ବ୍ୟାଙ୍କର ସ୍ଥିରୀକୃତ ୮ଲକ୍ଷ ୯୨ହଜାର ୬୯୦ ଟଙ୍କା ପୈଠ କରି ସୁନା ନେଇଥିଲେ। ପରେ ଗହଣାକୁ କାଟିବା ପରେ ଜଣାପଡ଼ିଥିଲା ସେଥିରେ ରୁପା ରହିଛି ଓ ଉପରେ କେବଳ ସୁନାର ଲେପ ଦିଆଯାଇଛି। ଏହି ଘଟଣା ବାବଦରେ ସେ ବ୍ୟାଙ୍କ ଅଧିକାରୀଙ୍କୁ ଅବଗତ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ଏଚଡିଏଫ ସି ବ୍ୟାଙ୍କର କର୍ମଚାରୀ ପ୍ରଦୀପ ଓଝା କହିଛନ୍ତି, ପଞ୍ଚାନନ ସୁନା ନେବା ବେଳେ ପରୀକ୍ଷା କରି ନେଇଥିଲେ । ପୂର୍ବରୁ ସେ ମଧ୍ୟ ଏମିତି ସୁନା ନେଇଛନ୍ତି । ତେଣୁ ଏହି ଘଟଣାରେ ଉପରିସ୍ଥ ଅଫିସର ଯାହା କରିବେ ।

