ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ସମ୍ଭାବିତ ଆତଙ୍କୀ ଆକ୍ରମଣ ପାଇଁ ସୁରକ୍ଷା ଏଜେନ୍ସିଗୁଡିକ ହାଇ ଆଲର୍ଟ ଜାରି କରିଛନ୍ତି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ସଦସ୍ୟମାନେ ଲାଲକିଲ୍ଲା ନିକଟରେ ବୋମା ବିସ୍ଫୋରଣ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ଚାନ୍ଦିନୀ ଚୌକ ନିକଟରେ ଥିବା ପ୍ରମୁଖ ମନ୍ଦିଗୁଡିକୁ ଟାର୍ଗେଟ କରାଯାଇଛି ବୋଲି ମଧ୍ୟ ସୂଚନା ମିଳିଛି ।
ସୂଚନାନୁଯାୟୀ, ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର IED ଆକ୍ରମଣ କରିବାକୁ ଯୋଜନା କରୁଛି । ଫେବୃଆରୀ ୬ ତାରିଖରେ ପାକିସ୍ତାନର ଇସଲାମାବାଦର ଏକ ମସଜିଦରେ ହୋଇଥିବା ବିସ୍ଫୋରଣ ପରେ, ଏହି ସଂଗଠନ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ
ଏହାରି ମଧ୍ୟରେ ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତୁରନ୍ତ ସକ୍ରିୟ ହୋଇପଡିଛନ୍ତି । ଲାଲକିଲ୍ଲା, ଚାନ୍ଦିନୀ ଚୌକ ଏବଂ ଆଖପାଖ ଧାର୍ମିକ ସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏଥିସହିତ ଭିଡ଼ ସମେତ ସନ୍ଦିଗ୍ଧ ବ୍ୟକ୍ତି ଏବଂ କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । ସମସ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅନ୍ୟପଟେ ସୁରକ୍ଷା ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ଲସ୍କର-ଏ-ତୈବା ଆତଙ୍କବାଦୀମାନେ ଦେଶର ଏକ ପ୍ରମୁଖ ମନ୍ଦିରକୁ ଟାର୍ଗେଟ କରିପାରନ୍ତି । ବିଶେଷକରି ଦିଲ୍ଲୀର ଚାନ୍ଦିନୀ ଚୌକରେ ଥିବା ଏକ ପ୍ରମୁଖ ମନ୍ଦିର ବିପଦରେ ପଡ଼ିପାରେ । ଯେକୌଣସି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି ।
ସୂଚନାଯୋଗ୍ୟ, ୨୦୨୫ ନଭେମ୍ବର ୧୦ତାରିଖ ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିଲେ ଏବଂ ଅନେକ ଯାନବାହନ ନଷ୍ଟ ହୋଇଯାଇଥିଲା । ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଗୁରୁତର ଆହତ ହୋଇଥିଲେ । ଏକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣ ପୂର୍ବରୁ ପ୍ରାୟ ତିନି ଘଣ୍ଟା ଧରି ଲାଲକିଲ୍ଲା ଅଞ୍ଚଳରେ ପାର୍କିଂ ହୋଇଥିବା ଏକ କାରରୁ ହୋଇଥିଲା ।

