ଅନୁଗୋଳ: ଚନ୍ଦକାରୁ ସାତକୋଶିଆ ଆସିଲା ପଲଙ୍କ । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଆସିଲା ଦନ୍ତାହାତୀ ପଲଙ୍କ । ରାତିରେ ଟ୍ରାଙ୍କୁଲାଇଜ୍ କରି ରେଡିଓକଲାର୍ ଲଗାଯାଇଥିଲା । ଚେତା ଫେରିବା ପୂର୍ବରୁ ରାତାରାତି ସାତକୋଶିଆ ସ୍ଥା ନାନ୍ତର କରାଯାଇଥିଲା । ସ୍ବତନ୍ତ୍ର ଗାଡ଼ି ଐରାବତରେ ଅଭୟାରଣ୍ୟକୁ ସ୍ଥାନାନ୍ତର କରିଥିଲା ବନବିଭାଗ । ତେବେ ରାମୁ ଭଳି ପଲଙ୍କ ଉତ୍ପାତିଆ ନଥିଲା । ଓଡିଶା ଜଙ୍ଗଲରେ ଥିବା ଉତ୍ପାତିଆ ହାତୀଙ୍କୁ ସାବାଡ଼ କରିବା ପାଇଁ ହାତୀଙ୍କ ପ୍ରୋଫାଇଲିଙ୍ଗ କରାଯାଉଛି । ଦନ୍ତାହାତୀଙ୍କ ବେକରେ ରେଡିଓକଲାର୍ ଖଞ୍ଜାଯାଇ ସେମାନଙ୍କ ଗତିବିଧି ଓ ଆଚରଣ ନିରୀକ୍ଷଣ କରାଯିବ ।

