ତିହିଡି, ୧୭.୦୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ କମାରିଆସ୍ଥିତ ତାରିଣୀ ପଡିଆରେ ୨୭ତମ ମା’ ତାରିଣୀ ଦିବାରାତ୍ର ଚ୍ୟାଲେଞ୍ଚ ଟ୍ରଫି୍ ଉଦ୍ଘାଟିତ ହୋଇ ଯାଇଛି । ଏହା ୬ ଦିନ ଧରି ଚାଲିବ । ଏଥିରେ ମୋଟ୍ ୧୬ଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରୁଥିବା ବେଳେ ଆସନ୍ତା ୨୨ ତାରିଖରେ ଫାଇନାଲ୍ ଖେଳ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଦିନର ପ୍ରଥମ ମ୍ୟାଚରେ ସନ୍ଦକପୁର ଜେଜେ ସ୍ପୋଟିଂ ଏବଂ ଭଦ୍ରକ ବ୍ଲାକ ଡାଇମଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟିସ୍ ଜିଣି ଜେଜେ ସ୍ପୋଟିଂ ବ୍ୟାଟିଂ କରିଥିଲା । ୧୨ ଓଭରରେ ମୋଟ୍ ୮୧ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ବ୍ଲାକ ଡାଇମଣ୍ଡ ୧୧ ଓଭରରେ ୮୨ ରନ୍ କରି ବିଜୟୀ ହୋଇଥିଲା । ସେହିପରି ଦ୍ୱୀତିୟ ପର୍ଯ୍ୟାୟରେ ଭଦ୍ରକ ନାଇଟ୍ ରାଇଡର ଓ ସନ୍ଦକପୁର ୟୁନିକ୍ୟୁ ଇଲେଭେନ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସେଥିରେ ସନ୍ଦକପୁର ୟୁନିକ୍ୟୁ ଇଲେଭେନ୍ ବିଜୟୀ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ମଧ୍ୟାହ୍ନରେ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଏବଂ ସମ୍ମାନୀତ ଅତିଥିଭାବେ ଶିକ୍ଷକ ବିପ୍ଳବ କୁମାର ପୋହି ଯୋଗଦେଇ ଖେଳାଳୀ ଓ ଆୟୋଜକ କମିଟିକୁ ଉତ୍ସାହିତ କରିଥିଲେ । ଅଜୟ ମଲ୍ଲିକ, ଦୟାନିଧି ପରିଡା, କିଶୋର ରାଉଳ, ବିଜୟ କରଣ, ଅଭୟ ନାୟକ, ମାନସ ନାୟକ, ଆର କରଣ, ଧନଞ୍ଜୟ ଲେଙ୍କା, ପି କରଣ, ଏ ମଲ୍ଲିକ, ସନାତନ କରଣ, ପ୍ରତାପ ପରିଡା, ବି କରଣ, ରାଜେନ୍ଦ୍ର ପରିଡା, ଈଶ୍ୱର ରାଉଳ ଓ ସୁଶାନ୍ତ ଲେଙ୍କା ପ୍ରମୁଖ ପରିଚାଳନା କରୁଥିବା ବେଳେ ଅମ୍ପାୟାର ଭାବେ ରୁଦ୍ର ନାୟକ ଓ ଚନ୍ଦନ ବାରିକ, ଧାରାବିବରଣୀ ସୁଶାନ୍ତ ସମିର ନାୟକ ଏବଂ ସ୍କୋରରଭାବେ ସିପୁନୁ ମଲ୍ଲିକ ଓ ଜନ୍ମେୟଜ ଲେଙ୍କା ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିବା ଜଣାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

