ବିଶାଳ ଭରଦ୍ବାଜର ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓ ରୋମିଓ’ ଆଜି ରିଲିଜ୍ ହୋଇଛି । ଯେଉଁଥିରେ ଶାହିଦ କପୁର, ତୃପ୍ତି ଡିମରି, ଅଭିନାଶ ତିୱାରୀ, ନାନା ପାଟେକର, ଫରିଦା ଜଲାଲ, ଦିଶା ପଟାନି ଏବଂ ତମନ୍ନା ଭାଟିଆଙ୍କୁ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ନଜର ଆସିଛନ୍ତି । ଏମାନଙ୍କ ସମେତ ନ୍ୟାସନାଲ ଆୱାର୍ଡ ବିଜେତା ବିକ୍ରାନ୍ତ ମାସେ ମଧ୍ୟ ଏଥିରେ ଏକ ସ୍ବତନ୍ତ୍ର ଚରିତ୍ରରେ ନଜର ଆସିବେ ।
ଏହି ଫିଲ୍ମରେ ଶହିଦ କପୁର ଉସ୍ତ୍ରା ଭୂମିକାରେ ନଜର ଆସିଛନ୍ତି । ଜଣେ ଖତରନାକ ଗ୍ୟାଙ୍ଗଷ୍ଟାର ଭାବେ ଏହି ଚରିତ୍ରରେ ସେ ଅଭିନୟ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ଏଥିସହ ନାନା ପାଟେକର ଖାନ ସାବ ଭୂମିକାରେ ଅଭିନୟ କରିଛନ୍ତି । ଯିଏକି କେବଳ ଗ୍ୟାଙ୍ଗଷ୍ଟାରଙ୍କୁ ଆୟତ୍ତ କରିପାରିବେ । ଖାନ୍ ସାହେବ ଆଇବି ପୋଲିସ ଯିଏ ଅପରାଧ ହଟାଇବା ପାଇଁ କ୍ଷୁର ଧାର ବ୍ୟବହାର କରନ୍ତି । ଏହାରି ମଧ୍ୟରେ ଉସ୍ତ୍ରାଙ୍କ ଜୀବନରେ ଅଫଶାଂ(ତୃପ୍ତି ଡିମରି) ପ୍ରବେଶ କରିଛନ୍ତି । ଅଫଶାନ ଉସ୍ତ୍ରାଙ୍କ ସାଥୀରେ ଥିବା ଜଣେ ଭୟଙ୍କର ଗ୍ୟାଙ୍ଗଷ୍ଟର ଜଲାଲ (ଅବିନାଶ ତିୱାରୀ) ଏବଂ ତାଙ୍କର ତିନି ସହଯୋଗୀଙ୍କୁ ଏକ ସୁପାରି ଦେବାକୁ ଆସିଛି । ଯାହା ଅଫଶାନର ଚୁକ୍ତିନାମା ହତ୍ୟା ପଛରେ ପ୍ରତିଶୋଧ ନେବାର ଉଦ୍ଦେଶ୍ୟ । ଯାହା ଖୁବ୍ ଆକର୍ଷଣୀୟ ରହିବ ବୋଲି ଅନୁମାନ କରାଯାଉଛି । ଅନେକ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

