ଆଜି ଭୋର୍ ୩ଟାରେ ବଜରଙ୍ଗ ଦଳ କର୍ମୀଙ୍କ ସହାୟତାରେ ସଦର ଥାନା ପୁଲିସ ସବଡେଗା ରାସ୍ତାର ପଞ୍ଚ ମହଲା ନିକଟରୁ ଏକ ଗୋରୁ ବୋଝେଇ ଟ୍ରେଲର୍ ଜବତ କରିଛି। ଗାଡ଼ିରୁ ୨୫ଟି ବଳଦ ଓ ଗୋଟିଏ ଗାଈକୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରିଥିବାବେଳେ ଚାଳକ ଫେରାର ହୋଇଯାଇଛି। ଗିରଫ ବ୍ଯକ୍ତି ହେଲେ ରାଜସ୍ଥାନ ଜୟପୁର ଏସ୍. ମହମ୍ମଦ (୨୫)। ଗାଡ଼ିଟି (ୟୁପି ୮୦ ସିଟି ୫୭୫୦)ରେ ଝାରସୁଗୁଡ଼ା ଅଞ୍ଚଳରୁ ଗୋରୁ ବୋଝେଇ କରି ରାଜସ୍ଥାନ ଜୟପୁର ଚାଲାଣ କରୁଥିଲେ। ଭଷ୍ମା ମସ୍ନିକାନି ଟୋଲଗେଟ୍ ର ଏକ ଗେଟ୍ ଭାଙ୍ଗି ଦ୍ରୁତଗତିରେ ସୁନ୍ଦରଗଡ଼ ଆଡ଼କୁ ଯାଇଥିଲା।

