ବଡ଼ବିଲ: ବଡ଼ବିଲ ସହରରେ ଥିବା ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବଡ଼ବିଲ ଶାଖାରୁ ଗତ ୧୯ ତାରିଖ ଅପରାହ୍ନ ୨ ଘଟିକା ସମୟରେ ୬ ଜଣ ସଶସ୍ତ୍ର ଡକାୟତ ବନ୍ଧୁକ ମୁନରେ ଲୁଟି ନେଇଥିଲେ ୪ ଲକ୍ଷ ୩୪ ହଜାର ଟଙ୍କା ଓ ଆନୁମାନିକ ୬ କେଜି ସୁନା ଅଳଙ୍କାର ସହିତ ସିସି ଟିଭି ଡିଭିଆର। ଘଟଣାର ୬ ଦିନ ପରେ ବଡ଼ବିଲ ପୁଲିସ, ପଡ଼ୋଶୀ ଝାଡଖଣ୍ଡ ରାଜ୍ୟ, ଧାନବାଦ ପୁଲିସ ସହାୟତାରେ ଆଜି ଦୁଇଜଣଙ୍କୁ ଗିରଫ କରିଥିବାବେଳେ, ସେମାନଙ୍କ ନିକଟରୁ ୨୮୮ ଗ୍ରାମ ସୁନା ଅଳଙ୍କାର ସହିତ ୨ ଟି ସ୍କର୍ପିଓ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି। ଗିରଫ ଦୁଇଜଣ ହେଲେ ରାଜା କୁମାର ସିଂ ଓ କୁନାଲ ରାଜ୍ ଶର୍ମା। ଖବର ଲେଖାହେବା ଯାଏ ଏତିକି ତଥ୍ୟ ମିଳିଥିବା ବେଳେ, ଗିରଫ ଅଭିଯୁକ୍ତ ବଡ଼ବିଲ ପହଞ୍ଚିବାପରେ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ ସୂଚନା ଦେଇଛି।
କେନ୍ଦୁଝର ଜିଲ୍ଲାର ବଡବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ସଶସ୍ତ୍ର ଡକାୟତି ହୋଇଥିଲା | ଡକାୟତମାନେ ବନ୍ଧୁକ ମୁନରେ ୪ ଲକ୍ଷ ୩୪ ହଜାର ଟଙ୍କା ଓ ୫ କୋଟିରୁ ଅଧିକ ସୁନା ଲୁଟ୍ କରି ଫେରାର ହୋଇଯାଇଥିଲେ | ୫ରୁ ୬ ଜଣ ଅଜଣା ଡକାୟତ ଗ୍ରାହକ ସେବା ନେବା ନାଟକରେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ହଠାତ୍ ସେମାନେ ବନ୍ଧୁକ ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ। ବନ୍ଧୁକ ମୁନରେ ପ୍ରାୟ ୪ ଲକ୍ଷ ୩୪ ହଜାର ଟଙ୍କା ନଗଦ ସହ ବ୍ୟାଙ୍କରେ ରଖାଯାଇଥିବା ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ କରି ଡକାୟତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

