ତିହିଡ଼ି, ୨୩.୦୧: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଅଚକ ପଞ୍ଚାୟତ ନନ୍ଦପୁର ବଜାରରେ ମାଛ ମାର୍କେଟର ଶିଳାନ୍ୟାସ ଓ ମିଶନ ଶକ୍ତି ଗୃହର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମାଛହାଟର ଶିଳାନ୍ୟାସ କରିବା ପରେ ପଞ୍ଚାୟତ ସମିତି ଅନୁଦାନରେ ୩୦ ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହକୁ ଉଦଘାଟନ କରିଥିଲେ । ପଞ୍ଚାୟତର ଯୁବନେତା ସୂର୍ଯ୍ୟନାରାୟଣ ଭୋଇଙ୍କ ଆୟୋଜନରେ ଅନୁଷ୍ଠିତ ଉତ୍ସବରେ ସମିତି ସଭ୍ୟା ମାଧବୀଲତା ଭୋଇ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ବରିଷ୍ଠ ନେତା ରଘୁନାଥ ପାତ୍ର, କାନ୍ତକବି ମଣ୍ଡଳ ସଭାପତି ସରୋଜ ନାୟକ, ଫତେପୁର ସରପଞ୍ଚ ପ୍ରଦୀପ କୁମାର ବଳ, ପୂର୍ବତନ ସରପଞ୍ଚ ଉଷକାନ୍ତ ନାୟକ, କମଳାକାନ୍ତ ଲେଙ୍କା ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

