ନୂଆଦିଲ୍ଲୀ : ଗୋଟିଏ ଦିନ ପରେ ଗଣତନ୍ତ୍ର ଦିବସ । ସେଥିପାଇଁ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ହଜାରରୁ ଅଧିକ ପୋଲିସ ଏବଂ ଅର୍ଦ୍ଧସାମରିକ ସେନା ଏବଂ ୭୦ ରୁ ଅଧିକ କମ୍ପାନୀକୁ ନିୟୋଜିତ କରାଯିବ । ଯାହାର ସୂଚନା ଜଣେ ଅଧିକାରୀ ଗତକାଲି ଦେଇଛନ୍ତି । ପ୍ରଥମ ଥର ପାଇଁ ସୁରକ୍ଷାକର୍ମୀମାନେ AI ସ୍ମାର୍ଟ ଚଷମା ଏବଂ ଥର୍ମାଲ୍ ଇମେଜିଂ ଟେକନିକ୍ ବ୍ୟବହାର କରିବେ । ଯେଉଁ ଚଷମା ଅପରାଧୀ ଚିହ୍ନିବାରେ ସାହାଯ୍ୟ କରିବ ।
ଏଥିସହ ବିଭିନ୍ନ ସ୍ଥାନରେ FRS ସହିତ ମୋବାଇଲ୍ ଫୋନ୍, ଯାନଗୁଡିକୁ ମଧ୍ୟ ନିୟୋଜିତ କରାଯିବ । ଅନେକ ସୁରକ୍ଷା ଏଜେନ୍ସି ସହିତ ମକ୍ ଡ୍ରିଲ୍ କରାଯାଉଛି ବୋଲି ପୋଲିସ କହିଛନ୍ତି । ସମସ୍ତ ଦିଲ୍ଲୀ ଜିଲ୍ଲାର ଡେପୁଟି ପୋଲିସ କମିଶନରଙ୍କୁ ସୁରକ୍ଷା ବ୍ୟବସ୍ଥା ବିଷୟରେ ସୂଚନା ଦିଆଯାଇଛି । ସେ କହିଛନ୍ତି ଯେ, ପୋଲିସ ଅଧିକାରୀମାନେ ହାଇ ଆଲର୍ଟ ରହିବେ ଏବଂ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପର ସୂଚନା ଦେବେ । ପରେଡ୍ ରୁଟ୍ ଏବଂ ଆଖପାଖ ଅଞ୍ଚଳରେ ପ୍ରାୟ ୫୦୦ ହାଇ-ରିଜୋଲ୍ୟୁସନ୍ AI କ୍ୟାମେରା ଲଗାଯାଉଛି । ଗଣତନ୍ତ୍ର ଦିବସ ପରେଡ୍ରେ ଯୋଗ ଦେଉଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସୁରକ୍ଷା ଷ୍ଟିକର ଦିଆଯିବ ।
ଅନ୍ୟପଟେ ଡେପୁଟି ପୋଲିସ କମିଶନରମାନେ ପାରେଡ୍ ରୁଟ୍ ସର୍ଭେ କରିବା ସହ ଅନ୍ୟାନ୍ୟ ଯାଞ୍ଚ ମଧ୍ୟ ଶେଷ କରିଛନ୍ତି । ବସ୍ ଷ୍ଟପ୍, ରେଳ ଷ୍ଟେସନ ଏବଂ ଲୋକପ୍ରିୟ ବଜାର ଭଳି ଅଧିକ ଟ୍ରାଫିକ୍ ଅଞ୍ଚଳଗୁଡ଼ିକରେ ସତର୍କତା ବୃଦ୍ଧି କରାଯାଇଛି ।

