ଡାଭୋସ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମରେ ଜଣେ ଭାରତୀୟ ସାମ୍ବାଦିକଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଘନିଷ୍ଠ ବନ୍ଧୁ । ଭାରତ ଏବଂ ଆମେରିକା ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବେ ବୋଲି ଟ୍ରମ୍ପ ସୂଚନା ପ୍ରଦାନ କରିଛନ୍ତି। ଟ୍ରମ୍ପ ସାମ୍ବାଦିକଙ୍କୁ କହିଛନ୍ତି ମୋର ତୁମର ପ୍ରଧାନମନ୍ତ୍ରୀଙ୍କ ପ୍ରତି ବହୁ ସମ୍ମାନ ରହିଛି। ସେ ଜଣେ ଚମତ୍କାର ବ୍ୟକ୍ତି ଓ ମୋର ଜଣେ ବନ୍ଧୁ। ୱାସିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ଶୁଳ୍କ, ଭୂରାଜନୈତିକ ଉତ୍ତେଜନା ଏବଂ ଶକ୍ତି ତଥା କୃଷି ଉପରେ ବିବାଦ ଦ୍ୱାରା ଚିହ୍ନିତ ଦୀର୍ଘକାଳୀନ ବାଣିଜ୍ୟ ଅଚଳାବସ୍ଥାର ସମାଧାନ ପାଇଁ ଉଚ୍ଚସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଟ୍ରମ୍ପଙ୍କର ଏଭଳି ସ୍ୱତନ୍ତ୍ର ମନ୍ତବ୍ୟ ଆସିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଖରାପ ଥିବା ବେଳେ ଟ୍ରମ୍ପଙ୍କ ମନ୍ତବ୍ୟ ଏକ ବିଶେଷ ସ୍ଥିତିକୁ ଇଙ୍ଗିତ କରିଛି। ଏକ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି ବିଷୟରେ ସିଧାସଳଖ ପଚରାଯିବାରୁ, ଟମ୍ପ କହିଛନ୍ତି, ଆମେ କେବଳ ଏକ ଭଲ ଚୁକ୍ତି କରିବାକୁ ଯାଉଛୁ।

