ନେଲ୍ଲୋର: ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବୁଧବାର- ଗୁରୁବାର ରାତିରେ ଏକ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍କୁ ଧକ୍କା ଦେଇ ଜଳି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ବସ୍ ଓ ଟ୍ରକ୍ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗାଡ଼ି ବାହାରକୁ ଆସି ନପାରି ବସ୍ ଡ୍ରାଇଭର, ଟ୍ରକ୍ ଡ୍ରାଇଭର ଓ ଟ୍ରକ୍ କ୍ଲିନରଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ବସ୍ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ରାତି ୧ଟା ୩୦ ମିନିଟରୁ ୨ଟା ମଧ୍ୟରେ ହୋଇଥିଲା।

