ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ହାଜର ହେବେ ସମସ୍ତ ଅଭିଯୁକ୍ତ । ଗିରଫ ହୋଇଥିବା ବିକ୍ରମ ପଣ୍ଡା, ମଳୟ ବିଷୋୟୀ,ମଦନ ଦଳାଇ ,ପିଣ୍ଟୁ ଦାଶ,ସୁନୀଲ କୁମାର ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର ,ଶିଶୁପାଳ କୁମାର ପାଶୱାନ,କୁରୁପତି ଭୂୟାଁ ,ଚିଣ୍ଟୁ ପ୍ରଧାନଙ୍କ ସମେତ ୧୬ଜଣ ଅଭିଯୁକ୍ତ ଆଜି କୋର୍ଟରେ ହାଜର ହେବେ । ଗତ ବର୍ଷ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବୈକୁଣ୍ଠନଗର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ବର୍ତ୍ତମାନ ୧୫ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଓ ପିଣ୍ଟୁ ଦାସ ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି । ମାମଲାର ତଦନ୍ତ ଜାରି ରହିଛି ।

