ବ୍ରହ୍ମଗିରି : କାଲିଠୁ ଡଲଫିନ ଗଣନା । ଚିଲିକାରେ ୩ ଦିନ ଡଙ୍ଗା ଚଳାଚଳ ବନ୍ଦ । ଡଲଫିନ ଗଣନା ପାଇଁ ଆସନ୍ତା କାଲିଠାରୁ ଚିଲିକା ସାତପଡ଼ାରେ ବନ୍ଦ ରହିବ ଡଙ୍ଗା ଚଳାଚଳ । ୨୦, ୨୧ ଓ ୨୨ ତାରିଖରେ ସକାଳ ୬ଟାରୁ ରାତି ୧୨ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରହିବ । ୩ଦିନ ଧରି ଡଲଫିନ ଗଣନା କରାଯିବ । ଏଥିପାଇଁ ସମସ୍ତ ମୋଟର ବୋଟ ଆସୋସିଏସନକୁ ଚିଠି ଲେଖିଲେ DFO ବାଲୁଗାଁ । ଗଣନା ପାଇଁ ୧୮ଟି ଟିମ୍ ଗଠନ କରାଯାଇଛି । ବାଲୁଗାଁରୁ ୧୦ଟି ଓ ସାତପଡ଼ାରୁ ୮ଟି ଟିମ୍ ଗଣନା କରିବେ । ପ୍ରତି ଟିମରେ ୫ ରୁ ୬ ଜଣ ଗଣନାକାରୀ ରହିବେ । ଗଣନାକାରୀଙ୍କୁ ଆଜି ସାତପଡ଼ା CDA କାର୍ଯ୍ୟାଳୟରେ ତାଲିମ ଦିଆଯିବ ।

