କେନ୍ଦୁଝର : କେନ୍ଦୁଝରରେ ୭୧ଟି ପ୍ରକଳ୍ପର ଶୁଭାରମ୍ଭ । ଆଜି କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପାଇଁ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ୭୧ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସମୁଦାୟ୧୭୦୮ କୋଟି ଟଙ୍କାର ୩୫ଟି ପ୍ରକଳ୍ପର ଶିଳାନ୍ୟାସ କରାଗଲା ଏବଂ ପ୍ରାୟ ୧୯୪ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।
ଏଥିରେ କେନ୍ଦୁଝରର ସ୍କୁଲ, ହଷ୍ଟେଲ, ଇରିଗେସନ, ପାର୍କିଂ ଜୋନ, ରାସ୍ତା ନିର୍ମାଣ, ପୋଖରୀ ଉନ୍ନତିକରଣ, ପର୍ଯ୍ୟଟନ ପ୍ରକଳ୍ପ, ଲାଇବ୍ରେରୀ, କ୍ୟାରିଅର କାଉନ୍ସେଲିଂ ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ବିଲ୍ଡିଂ ଇତ୍ୟାଦି ରହିଛି । ପୂର୍ବରୁ ଘୋଷଣା ଅନୁଯାୟୀ କେନ୍ଦୁଝରରେ Regional Plant Resource Centre ପାଇଁ ୫୦ କୋଟି ଟଙ୍କା ବିନିଯୋଗରେ ଶିଳାନ୍ୟାସ କରିଛନ୍ତି ଏବଂ ୩୮ କୋଟି ୨୨ ଲକ୍ଷ ଟଙ୍କାରେ ୧୪୭ଟି ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି ।
୧୦୧ କୋଟି ଟଙ୍କା ବିନିଯୋଗରେ ୬ଟି ବ୍ଲକ୍ ରେ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା, କେନ୍ଦୁଝରର ବିଭିନ୍ନ ସ୍ଥାନରେ ୨୧.୫୦ କୋଟି ଟଙ୍କା ବିନିଯୋଗରେ ୧୦୪ଟି ACR, ICT Lab ଓ ବାଉଣ୍ଡ୍ରି ୱାଲ ଉଦଘାଟନ କକରିଛନ୍ତି । ଏଥିସହିତ ୧୪ କୋଟି ଟଙ୍କା ବିନିଯୋଗରେ ଚମ୍ପୁଆରେ ନିକଲସନ୍ ଫରେଷ୍ଟ ଟ୍ରେନିଂ ସ୍କୁଲ ମଧ୍ୟ ପ୍ରତିଷ୍ଠା କରାଯାଇଛି ।
ସେହିପରି ୯.୬୦ କୋଟି ଟଙ୍କାରେ ଖଣି କ୍ଷେତ୍ରରେ ସ୍ଥାନୀୟ ଯୁବକମାନଙ୍କୁ ସ୍କିଲ୍ ଟ୍ରେନିଂ ଦେବା ପାଇଁ DMF ଖଣି ଶକ୍ତିର ଉଦ୍ ଘାଟନ କରାଯାଇଛି । ଆସନ୍ତା ୩-୪ ବର୍ଷ ଭିତରେ କେନ୍ଦୁଝର ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ପ୍ରତିଷ୍ଠା ହାସଲ କରିବ। ସେହି କ୍ରମରେ କେନ୍ଦୁଝର ପାଇଁ ୧୭୦୮ କୋଟି ଟଙ୍କାର ୩୫ ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୯୪ କୋଟି ଟଙ୍କାର ୩୬ ଟି ପ୍ରକଳ୍ପ ଉଦଘାଟିତ ହେଉଛି ବୋଲି କହିଛନ୍ତି ଏଥିସହ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

