ତିହିଡ଼ି, ୧୨.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୋଟ ୧୧୯ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ୯୪ଟି, ଗ୍ରାମ ସମସ୍ୟା ସମ୍ପର୍କିତ ୨୪ଟି ଏବଂ ରେଡକ୍ରସ ସହାୟତା ନିମନ୍ତେ ଗୋଟିଏ ଅଭିଯୋଗ ହୋଇଥିଲା । ତେବେ ୨୬ଟି ଅଭିଯୋଗ ତତ୍କ୍ଷଣାତ ହୋଇଥିବା ବେଳେ ରେଡକ୍ରସ ସହୟତା ବାବଦକୁ ୧୫ ହଜାର ଟଙ୍କା ମଞ୍ଜୁର କରାଯାଇଛି । ବିଡିଓ ନିରଞ୍ଜନ ବାରିକଙ୍କ ସଞ୍ଜାଳନାରେ ଅନୁଷ୍ଠିତ ଉକ୍ତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧିରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ହୋଇ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ । ବିନ୍ଧା-ମଧୁପୁର ରାସ୍ତାର କେଳାସାହି ଠାରେ ରାସ୍ତା ସଙ୍କୁଚିତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତିଆଡ଼ିସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା, ବାରସର ମୌଜାର ଜବରଦଖଲ ଆଦି ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ତିଆଡ଼ିସାହି ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଦଶରଥ ବାରିକ କାର୍ଯ୍ୟକଳାପରେ ବ୍ୟାପକ ତୃଟି ଥିବାନେଇ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଭଦ୍ରକ ସାଳନ୍ଦୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ, ଗ୍ରାମ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଗଣେଶ ହେମ୍ରମ, ଡ୍ରେନେଜ ଏସଡିଓ ସମ୍ବିତ ଶିଅଳ, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଡିଏସଡବ୍ଲ୍ୟୁ ରୂପାଲି ମିଶ୍ର, ବ୍ଲକ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ମିଶ୍ର, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶଥପଥୀ, ଜଳ ପରିମଳ ସହକାରୀ ଯନ୍ତ୍ରୀ ମାନସୀ ମହାପାତ୍ର ଓ ମଧୁସ୍ମିତା ବେହେରା, ପିରାହାଟ ଆଇଆଇସି ରୋଜାଲିନ ବେହେରା, କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ବିଇଓ ସୂର୍ଯ୍ୟଶିଖା ମହାନ୍ତି,ଏମଆଇ ପ୍ରୀତିଶ ସାମଲ,ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ପାଣି, ଆରଡ଼ି କନିଷ୍ଠ ଯନ୍ତ୍ରୀ କୃତ୍ତିବାସ ମହାପାତ୍ର, ସିଡିପିଓ ବାସନ୍ତି ନାଏକ, ବିପିଏମ ରଶ୍ମିତା ନାୟକ, ସ୍ୱାସ୍ଥ୍ୟ କେନ୍ଦ୍ର ବିତ୍ତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ଓ ଏପିଓ କାମିନୀ ଲତା ଓଝା ପ୍ରମୁଖ ଜିଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏବିଡ଼ିଓ ମୀନକେତନ ବାରିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ବ୍ଲକ ମଙ୍ଗଳ ଅଧିକାରୀ ସୌମ୍ୟା ସୁଚରିତା ମହାନ୍ତି, ସହକାରୀ ଏପିଓ ସୁଧାଂଶୁ ନାୟକ, ବିପିସି କୌଶିକ ଗିରି, ଏସ୍ ଡ଼ି ସି ପ୍ରଫୁଲ୍ଲ ମଲ୍ଲିକ, ବିଏଲସି ସ୍ନିଗ୍ଧା ନାୟକ, ସିପି ମୌସୁମୀ ବେହେରା, ତହସିଲ କର୍ମଚାରୀ ମନୋଜ ବେହେରା ଓ ସୁବାଷ ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ଚକ୍ରଧର ଦାସ, ସମବାୟ ସମିତିର ସଭାପତି ମାନସ ରଞ୍ଜନ ନାୟକ, କେଦାର ମହାପାତ୍ର, ନୃସିଂହ ମହାକୁଡ, ପ୍ରଦୀପ ମିଶ୍ର, କେଶବ ନାୟକ, ନଟବର ବାରିକ, ଶ୍ରୀଧର ମଳିକ, ରମଣ ରଞ୍ଜନ ମହାନ୍ତି, ରାଜାରାମ ମହାକୁଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

