ତିହିଡି, ୧୨.୦୧ : ଭଦ୍ରକ ଜିଲ୍ଲା ତିହିଡ଼ିରେ ଧଳା ଜହର ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣ ଯୁବକକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଫତେପୁର ଗ୍ରାମର ବଣ୍ଟି ମହାନ୍ତି ଓରଫ ଜୟପ୍ରକାଶ ଓ ରାଢ଼ଙ୍ଗ ଗ୍ରାମର ଚୁଗୁନା ନାୟକ ଓରଫ ପରମେଶ୍ୱରକୁ ପୁଲିସ ଗିରଫ କରିବା ସହ ଏହି ଦୁଇ ଜଣଙ୍କ ପାଖରୁ ୯.୪୨ ଗ୍ରାମ ବ୍ରାଉନ ସୁଗାର, କିଛି ରଂଗୀନ କାଗଜ ଓ ନଗଦ ୪ ଶହ ଟଙ୍କା ଜବତ କରାଯାଇଛି । ତିହିଡ଼ିରେ ଏବେ ବ୍ରାଉନ ସୁଗାର ବ୍ୟବସାୟ ଉଦବେଗଜନକ ଭାବରେ ବୃଦ୍ଧି ପାଇଛି । ଏ ନେଇ ବୁଦ୍ଧିଜୀବୀମାନେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।

