ଭୁବନେଶ୍ୱର: ନୂଆବର୍ଷରେ ଲୋକଙ୍କୁ ଘର ବାଣ୍ଟିବେ ରାଜ୍ୟ ସରକାର। ରାଜ୍ୟର ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବ ପଞ୍ଚାୟତିରାଜ ବିଭାଗ। ଏନେଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ଜାନୁଆରିରେ ପକ୍କା ଘର ବାଣ୍ଟିବେ ସରକାର। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରିଛନ୍ତି ୩୭ ଲକ୍ଷ ହିତାଧିକାରୀ।

