ଢ଼ାକା: ଖେଳାଳିଙ୍କ ଭବିଷ୍ୟତ କଥା ଚିନ୍ତା କରି ନିଷ୍ପତ୍ତି ନିଅ। ଆଜି ନେଇଥିବା ନିଷ୍ପତ୍ତିର ପ୍ରଭାବ ୧୦ବର୍ଷ ଯାଏ ରହିବ। ବାଂଲାଦେଶ କ୍ରିକେଟ ବୋର୍ଡକୁ ଏଭଳି କହିଲେ ବାଂଲା କ୍ରିକେଟର ପୂର୍ବତନ ଅଧିନାୟକ ତମିମ ଇକବାଲ। ସେ ବାଂଲାଦେଶ କ୍ରିକେଟ ବୋର୍ଡ (BCB)କୁ ଭାବପ୍ରବଣ ନହୋଇ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି। ବାଂଲାରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ ବିରୋଧ ହେବାରୁ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ବିଦା କରିଥିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଏହି ନିଷ୍ପତ୍ତିର ପ୍ରତିଶୋଧ ନେବାକୁ ଯାଇ ବାଂଲା ସରକାର ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଓ ଟି-୨୦ ବିଶ୍ବକପ ପାଇଁ ବାଂଲା ଟିମ୍ ଭାରତ ଯିବନି ବୋଲି ସଫଳ ସଫଳ ମନା କରିଦେଇଥିଲେ। ଏହି ନିଷ୍ପତ୍ତିର ପ୍ରଭାବ କେବଳ ଆଜି ନୁହେଁ ବରଂ ଆଗାମୀ ଦଶ ବର୍ଷ ପାଇଁ ରହିବ ବୋଲି କହିଛନ୍ତି ତମିମ।

