ତିହିଡି, ୦୮.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦା ଗାଁର ଅଗ୍ନିକାଣ୍ଡରେ ୬ ପରିବାର ସର୍ବସାନ୍ତ ହୋଇ ଯାଇଛନ୍ତି । ସରକାରୀ ସହାୟତା ଯାହା ମିଳିଥାଉନା ନାହିଁକି ଦୈନିକ ବ୍ୟକ୍ତିଗତ ଓ ସାମାଜିକ ସଂଗଠନ ଗୁଡିକ ପକ୍ଷରୁ ସହାୟତାର ହାତ ବଢାଇ ଚାଲିଛନ୍ତି । ଗୋଟିଏ ଲକ୍ଷ୍ୟ ବିପନ୍ନମାନେ କିପରି ଅଣ୍ଟା ଭିଡି ସଳଖି ଚାଲିବେ । ଏହି ମର୍ମରେ ତିହିଡି ବ୍ଲକ ବାରୋ ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ଭାରତ ସୋସିଆଲ ସର୍ଭିସ ପକ୍ଷରୁ ସେହି ଅଗ୍ନିବିପନ୍ନମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ବିପନ୍ନମାନଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରେସନ ସାମଗ୍ରୀ ପ୍ରଦାନ କରିଥିଲେ । ସଂଗଠନର ସଭାପତି ପବିତ୍ର ଦାସ, ସମ୍ପାଦକ ସମରେନ୍ଦ୍ର ଦାସଙ୍କ ସମେତ ସମସ୍ତ କର୍ମୀ ଓ ବାରୋ ଗ୍ରାମର ମିଳିତ ସହଯୋଗରେ ଏହି ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

