ତିହିଡି, ୦୮.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଜାମଯୋଡି ଓ ଆରସା ସେବା ସମବାୟ ସମିତିର ମଣ୍ଡି ଗୁରୁବାର ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଖୋଲାଯାଇଛି । ମିଲର ଟ୍ୟାଗ୍ ହୋଇନଥିବା ଏବଂ ସମିତିକୁ ଟାରଗେଟ୍ ମିଳିନଥିଲେ ମଧ୍ୟ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଟୋକନ୍ ପାଇଥିବା ଚାଷୀ ଧାନ ବିକିବା ଲାଗି ସଜବାଜ ହୋଇଛି । ତେବେ ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କ ଠାରୁ ଅବିଳମ୍ବେ ଧାନ ଲିପ୍ଟିଂ କରିବାକୁ ସାଧାରଣରେ ଦାବୀ ହୋଇଛି । ଜାମଯୋଡି ସେବା ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ମଣ୍ଡି ପୂଜନ କାର୍ଯ୍ୟକ୍ରମରେ ସଭାପତି ଅର୍ଜୁନ ନାୟକ, ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ପିଇଓ ଶସ୍ମିତା ବାରିକ, ରମାକାନ୍ତ ମଳିକ, ସୁଦର୍ଶନ ନାୟକ, କିଶୋର ଜେନା, କାର୍ତ୍ତିକ ଧଳ, ଅନାଦି ପରିଡା, ଜଗବନ୍ଧୁ ଧନି, ଚିନ୍ମୟ ପତି, ଶରତ ପତି, ଜୟରାମ ଦାସ, ନାରାୟଣ ରାଉଳ, ଉମାକାନ୍ତ ପାଣିଗ୍ରାହୀ, ସୁରେନ୍ଦ୍ର ସାହୁ ଓ ଶାନ୍ତନୁ ପତି ପ୍ରମୁଖ ଉପସ୍ଥିତ ଥିଲେ । ଗତବର୍ଷ ଏହି ସମିତି ପକ୍ଷରୁ ୨୨ ହଜାର ୬ ଶହ କ୍ୱିଣ୍ଟାଲ ଧାନ ଲିପ୍ଟିଂ ହୋଇଥିଲା । ଚଳିତ ବର୍ଷ୬୨୮ ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜିକରଣ କରିଛନ୍ତି ଏବଂ ଏଯାବତ ୫୮ ଜଣ ଚାଷୀଙ୍କର ଟୋକନ୍ ଆସିଥିବା ସୂଚନା ମିଳିଛି । ସେହିପରି ଆରସା ସମିତିର ସମ୍ପାଦକ ମଧୁସୂଦନ ବେହେରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ମଣ୍ଡି ପୂଜାରେ ସଭାପତି ସତ୍ୟବ୍ରତ ନାୟକ, ଉପସଭାପତି ଦେବଦୁଲାଲୀ ଜେନା, ପୂର୍ବତନ ସରପଞ୍ଚ କିର୍ତ୍ତନ ରାଉତ, ସର୍ବେଶ୍ୱର ପରିଡା, ବିକାଶ ମହଲା, ସଚ୍ଚିକାନ୍ତ ପାଢୀ, ଦେବେନ୍ଦ୍ର ବେହେରା, କୈଳାସ ମହାଳିକ, ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରମୋଦ ରାଉତ, ଶ୍ରୀକାନ୍ତ ପ୍ରଧାନ, ବିଭୁତି ଭୂଷଣ ପାଟ୍ଟ, ଉମେଶ ଚନ୍ଦ୍ର ବାରିକ, ଶୈଳେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

