ତିହିଡି଼: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ତଥା ସମଗ୍ର ଭଦ୍ରକ ଜିଲ୍ଲାରେ ପୀରହାଟ ବିବେକାନନ୍ଦ ଏବେ ଖବରର ରାଜ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସଫଳତା ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ବିବେକ ଶିକ୍ଷାକେନ୍ଦ୍ର ଏକ ଆଦର୍ଶ ଏବଂ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପୁଣି ଏ ଶିରୋନାମା ବନିଛି। ଗତ ୦୫ ଜାନୁୟାରୀ ୨୦୨୬ରେ ପ୍ରକାଶ ପାଇଥିବା ବ୍ଳକ-ସ୍ତରୀୟ ସରକାରଙ୍କର ମେଧାବୃଦ୍ଧି ତାଲିକାରେ ୩ୟ ଶ୍ରେଣୀରେ ବ୍ଲକ ସ୍ତରୀୟ ମେରିଟ ରେଙ୍କ-୧ରେ ସୁଶ୍ରୀ ଶ୍ରୀୟାରାଣୀ ବେହେରା ଓ ରେଙ୍କ-୫ରେ ସୁଶ୍ରୀ ସନ୍ଧ୍ୟାରାଣୀ ବେହେରା ବିଦ୍ୟାଳୟର ଗୌରବ ବଢାଇଛନ୍ତି । ଏହି କ୍ରମରେ ୫ମ ଶ୍ରେଣୀରେ ବ୍ଲକ ସ୍ତରୀୟ ମେରିଟ ରେଙ୍କ-୨ରେ ଶ୍ରୀମାନ ଶୁଭ୍ରାଂକର ଦାସ ଓ ରେଙ୍କ-୬ରେ ଶ୍ରୀମାନ ଦିବ୍ୟାଶୁ ବେହେରା ନିଜ ନିଜର କୃତିତ୍ଵ ଓ ପାରଦର୍ଶୀତାକୁ ପ୍ରମାଣିତ କରିବା ସହିତ ସମଗ୍ର ଅଞ୍ଚଳରେ ଏହି ଆଦର୍ଶ ବିଦ୍ଯାଳଯ ଳୟକୁ ଗରିମା ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଦୀର୍ଘ ୨୨ ୨ବର୍ଷ ଧରି ଶିକ୍ଷାଦାନକୁ ଏକ ସେବା, ବ୍ରତ ଓ ସାଧନା ଭାବରେ ଗ୍ରହଣ କରି ଆଗକୁ ବଢି ଚାଲିଥିବା ଏବଂ ଅଭିଭାବକ ମହଲରେ ସବୁବେଳେ ସଫଳତା ସାଉଁଟୁଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ପୀରହାଟ ଆଖପାଖ ଅଞ୍ଚଳରେ ଏବେ ଏକ ନମ୍ବର ସ୍କୁଲର ଗୌରବ ଅକ୍ଷୁଣ୍ଣ ରଖି ପାରିଛି। ସ୍କୁଲ ମେନେଜମେଣ୍ଟ ଓ ବିଦ୍ୟାଳୟର ଅଧ୍ୟକ୍ଷ ବୃଦ୍ଧି ପାଇଥିବା ପିଲା ଓ ସେମାନଙ୍କ ପିତାମାତାଙ୍କୁ ସ୍କୁଲରେ ସମ୍ବର୍ଦ୍ଧନା ଦେବାସହ ଅଭିଭାବକ ଓ କୃତୀ ଛାତ୍ରଛାତ୍ରୀମାନଙ୍କ ପରିଶ୍ରମ ସହିତ ବିଦ୍ୟାଳୟର ଶିକ୍ଷକମାନଙ୍କର ଅପ୍ରତିଦ୍ବନ୍ଦୀ ଶିକ୍ଷାଦାନ ପ୍ରଣାଳୀକୁ ଏହି ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

