ଭୁବନେଶ୍ୱର : ପାର୍କ କଡ଼ରୁ ଧରାପଡ଼ିଲା ୨୭ଲକ୍ଷର ବ୍ରାଉନସୁଗାର । ଫରେଷ୍ଟ ପାର୍କ ନିକଟରୁ ତିନି ଜଣଙ୍କୁ ଗିରଫ କଲା ଭୁବନେଶ୍ୱର ଅବକାରୀ ଟିମ୍ । ସେମାନଙ୍କ ଠାରୁ ୨୬୫ଗ୍ରାମ ବ୍ରାଉନସୁଗାର ସହ ତିନି ଜଣଙ୍କୁ ଗିରଫ କରିଛି ଅବକାରି ଟିମ୍ । ଚାରି ମାସ ଧରି ଏହି ରାକେଟ କୁ ପିଛା କରୁଥିଲା ଅବକାରି ବିଭାଗ । କଲେଜ ପିଲାଙ୍କୁ ଡ୍ରଗସ ସପ୍ଲାଏ କରୁଥିବା ଏହି ରାକେଟକୁ ଗିରଫ କରିଛି ଅବକାରି ଟିମ୍ ।
ସେମାନଙ୍କ ମଧ୍ୟରେ ଜଣେ ଲ ଛାତ୍ର ରହିଥିବା ମଧ୍ୟ ଜଣାପଡିଛି । ସୁକାନ୍ତ ନାୟକ,ସନ୍ତୋଷ ନାୟକ,ଦେବି ପ୍ରସାଦ ଦାସକୁ ଗିରଫ କରାଯାଇଛି । ତେବେ ଅବକାରୀ ଅଧିକ୍ଷକଙ୍କ ସୁଚନା ଏମାନଙ୍କ ଗ୍ୟାଙ୍ଗ ଇଞ୍ଜିନିୟରିଂ ଛାତ୍ରମାନଙ୍କୁ ଓ ଭଲ ପରିବାରର ପିଲାମାନଙ୍କୁ ଡ୍ରଗସ ସପ୍ଲାଏ କରୁଥିଲେ।
କାଲି ଫରେଷ୍ଟ ପାର୍କ ନିଛାଟିଆ ଜଙ୍ଗଲିରେ ଡିଲ ବେଳେ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ମର୍ଡର ଆସାମି ଥିବା ବେଳେ ଆଉ ଜଣେ ଦୁଇ ମାସ ପୁର୍ବରୁ ଜେଲରୁ ମୁକୁଳି ଏଭଳି କାରବାର କରୁଥିଲା । ଗିରଫ ପରେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

