ଭାରତୀୟ ଜନତା ପାର୍ଟି ବାଲେଶ୍ୱର ସଦର ଶାଖା ପକ୍ଷରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ସହ ସୁଶାସନ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତାମାନେ ସ୍ୱର୍ଗତ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ସଦର ବିଧାୟକ ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ସୁଶାସନର ପ୍ରଣେତା ଓ ଆର୍ôଥକ ବିକାଶର ପଥ ପ୍ରଦର୍ଶକ ଥିଲେ ବୋଲି କହିଥିଲେ ।

ସେ ଥିଲେ ଭାରତବର୍ଷର ବିକାଶ ପୁରୁଷ । ତାଙ୍କର ସମଗ୍ର ଜୀବନକାଳ ରାଷ୍ଟ୍ରପତି ସମର୍ପିତ ଥିଲା । ତାଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ ଚତୁର୍ଭୁଜ ରାଜପଥ ପ୍ରକଳ୍ପ ଦେଶର ସର୍ବବୃହତ ତଥା ବିଶ୍ୱର ପଂଚମ ବୃହତ ପ୍ରକଳ୍ପ ଭାବେ ମାନ୍ୟତା ପାଇଛି ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିକଳ୍ପନାର ସେ ଥିଲେ ସୁତ୍ରଧର । ଦିଲ୍ଲୀ ପରେ ଦେଶର ପ୍ରଥମ ଏମ୍ସ ଓଡିଶାରେ ପ୍ରତିଷ୍ଠା ପାଇଁ ନିଷ୍ପତି ଓଡିଶା ପ୍ରତି ତାଙ୍କ ଭଲ ପାଇବାର ପ୍ରମାଣ ବୋଲି ଶ୍ରୀ ଦତ୍ତ ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ଜୀବନ ପାତ୍ର, ମିହିର ବାରିକ, ଡମ୍ବରୁ ଧର ରାଉତ, ଗୌର ସାହୁ, ଯୋଗେନ୍ ରଣା, ନୀଳ ମାଧବ ଦାସ, ଭଗବାନ ଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଉପେନ୍ଦ୍ର ଶତପଥୀ, ଧିରଜ ମହାନ୍ତି, ସୁଧାଂଶୁ ପଣ୍ଡା, ଗୟାଧର ବେହେରା ରୋଜାଲୀନ ପାଣି, ସସ୍ମିତା ନାଥ, ଭାରତୀ ପାତ୍ର, ବୈଲୋଚନ ଦାଶ, କେଶବ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

