ଉତ୍ତରପ୍ରଦେଶ : କାନପୁରରେ ଗଙ୍ଗା ବ୍ୟାରେଜରେ ଗାଡ଼ି ଚେକିଂ କରୁଥିବା ସମୟରେ ପୋଲିସକର୍ମୀ ଉପରେ ଗାଡ଼ି ଚଢାଇଥିବା ଜଣାପଡିଛି । ଗାଡ଼ି ଚଢାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗଙ୍ଗା ବ୍ୟାରେଜରେ ପୋଲିସ ନିୟମିତ ଚେକିଂ ଅଭିଯାନ କରୁଥିଲା । ଏହି ସମୟରେ ସଂଜୟ କୁମାର, ପୁରନ ସିଂ, ହୋମଗାର୍ଡ ହରକିଶନ ଗାଡ଼ିକୁ ରୋକି ଚେକିଂ କରୁଥିଲେ । ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ କାର୍ ଆସିଥିଲା । ପୋଲିସ କର୍ମୀ ଗାଡ଼ି ରୋକିବାକୁ ଚେଷ୍ଟା କରିଥିଲେ । ଏହା କରିବା ପରିବର୍ତ୍ତେ ଗାଡ଼ି ଚଢାଇଦେଇଥିଲା ଦୁବ୍ର୍ତ୍ତ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କାର୍ ଦ୍ରୁତଗତିରେ ଆସିଥିଲା, ଫଳରେ ପୋଲିସ କର୍ମୀ ସଜାଗ ହୋଇପାରିନଥିଲେ । ତେଣୁ ପୋଲିସ ୩ ଜଣ ଗୁରୁତର ଆହ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହୋମଗାର୍ଡ ହରିକିଶନଙ୍କ ପାଦ ଫ୍ୟାକ୍ଚର ହୋଇଛି ।
ଘଟଣା ବିଷୟରେ ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ପୋଲିସ ଘଟଣା ସ୍ଥଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି । ଯେଉଁଥିରେ କାର୍ ଚାଳକ ପୋଲିସ ଉପରେ ଗାଡ଼ି ଚଢାଇ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ଫୁଟେଜ ଆଧାରରେ କାର୍ ନମ୍ବର ଏବଂ ଅଭିଯୁକ୍ତକୁ ଖୋଜୁଛି ।

