ଟେକ୍ସାସ : ଆମେରିକାର ଟେକ୍ସାସ ନିକଟସ୍ଥ ଗାଲଭେଷ୍ଟନ ନିକଟ ସମୁଦ୍ରରେ ଏକ ମେକ୍ସିକୋ ନୌସେନା ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଅସୁସ୍ଥ ଯୁବକଙ୍କ ସମେତ ସାତ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଟେକ୍ସାସ ଉପକୂଳର ଜଳଭାଗରେ ବାକି ବଞ୍ଚିଥିବା ଲୋକଙ୍କ ପାଇଁ ସନ୍ଧାନ ଚାଲିଛି।ମେକ୍ସିକୋ ନୌସେନା ଏକ ବିବୃତ୍ତି ଜାରି କରି କହିଛି ଯେ ବିମାନଟି ଏକ ଚିକିତ୍ସା ମିଶନରେ ଥିଲା ଏବଂ ଜଣେ ଅସୁସ୍ଥ ଯୁବକଙ୍କୁ ହସ୍ପିଟାଲକୁ ନେଇଯାଉଥିଲା। ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ଏକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗାଲଭେଷ୍ଟନରେ ସେରିଫଙ୍କ କାର୍ଯ୍ୟାଳୟ ଅନୁଯାୟୀ, “ଦୁର୍ଘଟଣାର ତଦନ୍ତ ଚାଲିଛି। ଏହା ଉପଲବ୍ଧ ହେବା ମାତ୍ରେ ଅଧିକ ସୂଚନା ପ୍ରକାଶ କରାଯିବ।”

