ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘନ କୁହୁଡ଼ି ଏବଂ ଥଣ୍ଡା ଲାଗି ରହିଛି । ଥଣ୍ଡା ଲହରୀ ଲୋକମାନଙ୍କୁ ଘରେ ରହିବାକୁ ବାଧ୍ୟ କରିଛି । ଘନ କୁହୁଡ଼ି ସକାଳ ଏବଂ ରାତିର ଭିଜିବିଲିଟିକୁ ମଧ୍ୟ କମ୍ କରିଛି । ଏହାରି ମଧ୍ୟରେ ପାଣିପାଗ ବିଭାଗ ୧୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ସୂଚନାନୁଯାୟୀ, ଘନ କୁହୁଡ଼ି ଏବଂ ଥଣ୍ଡା ପରିସ୍ଥିତି ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ । ତେଣୁ ଅନେକ ଅଞ୍ଚଳରେ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ଉତ୍ତରପ୍ରଦେଶରେ ଆଜି ବରେଲି, ପିଲିବିଟ୍, ଶାହାଜାହାନପୁର, ଲକ୍ଷ୍ମପୁର ଖେରୀ, ସୀତାପୁର, ବହରାଇଚ୍, ଶ୍ରାବସ୍ତୀ, ଗୋଣ୍ଡା, ବସ୍ତି, ବଳରାମପୁର, ସିଦ୍ଧାର୍ଥନଗର, ମହାରାଜଗଞ୍ଜ, କୁଶିନଗର, ଦେଓରିଆ, ଘନ କୁହୁଡ଼ି ପାଇଁ ହଳଦିଆ ସତର୍କ ସୂଚନା ଜାରି କରାଯାଇଥିବା ସୂଚନା ମିଳିଛି । ଏଥିସହ ରାଜଧାନୀ ଲକ୍ଷ୍ନୌରୁ ମିରଟ, ଆଗ୍ରା ଏବଂ ପ୍ରୟାଗରାଜ ପର୍ଯ୍ୟନ୍ତ ଥଣ୍ଡା ଅନୁଭୂତ ହେଉଛି । ବାରାଣସୀରେ ମଧ୍ୟ ପ୍ରବଳ ଶୀତ ଲହରୀ ଅନୁଭୂତ ହୋଇଛି ।

