ନୂଆଦିଳ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଇଣ୍ଡିଗୋ ବିମାନ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ପାଣିପାଗ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାରଲାଇନ୍ ଏକ ଆଡଭାଇଜରୀ ଜାରି କରିଛି । ଦିଲ୍ଲୀ ଏୟାରପୋର୍ଟ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବାକୁ ଚେଷ୍ଟା କରୁଛି । ଏଥିସହ ଦିଲ୍ଲୀ ଏୟାରପୋର୍ଟ ଯାତ୍ରୀଙ୍କ ସକାଳ ୬ ଟା ୧୨ ମିନିଟ୍ ସୁଦ୍ଧା ଏକ ଆଲର୍ଟ ଜାରି କରିଛି ।
ସୂଚନାନୁଯାୟୀ, ଯାତ୍ରୀଙ୍କୁ ୱେବସାଇଟ୍ କିମ୍ବା ଆପ୍ସ ଚେକ୍ କରି ବିମାନର ସ୍ଥିତିର ଅପଡେଟ୍ ରଖିବାକୁ ଅନୁରୋଧ କରିଛି ଇଣ୍ଡିଗୋ । ବିମାନ କମ୍ପାନୀ ପ୍ରତିଶ୍ରୁତି ଦେଇଛି ଯେ, ଟିମ୍ ପ୍ରତ୍ୟେକ ପଦକ୍ଷେପରେ ସହାୟତା ଏବଂ ସହଯୋଗ ସୁନିଶ୍ଚିତ କରିବାକୁ ରହିଛନ୍ତି । ଏହି ସମୟରେ ଯାତ୍ରୀମାନଙ୍କ ଧୈର୍ଯ୍ୟ ଏବଂ ବୁଝାମଣା ପାଇଁ ଇଣ୍ଡିଗୋ ସେମାନଙ୍କୁ ଧନ୍ୟବାଦ ଦେଇଛି । ଏଥିସହିତ ଭଲ ପାଗର ଆଶା କରାଯାଉଛି । ଯାହାଫଳରେ ଯାତ୍ରୀମାନଙ୍କୁ ଶୀଘ୍ର ସେବା ଯୋଗାଇ ଦିଆଯାଇପାରିବ ।
ଅନ୍ୟପଟେ ଦିଲ୍ଲୀରେ ଘନ କୁହୁଡ଼ି । ଅକ୍ଷରଧାମ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୯୩ ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିସ୍ଥିତିକୁ ସୂଚାଉଛି ।

