ମାଲକାନଗିରି : ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ୭ ଦିନ ସେବା ବ୍ୟାହତ ହେବା ପରେ ଉଠିଲା କଟକଣା । ଦୁଇ ଗାଁ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଯୋଗୁ କଟକଣା ଜାରି ହୋଇଥିଲା । ଆଜି ଦିନ ୧୨ଟା ଯାଏ ଥିଲା କଟକଣା । ଆଉ ବୃଦ୍ଧି କରିନି ପ୍ରଶାସନ ।
ଏମଭି 26 ଓ ରାଖାଲଗୁଡା ଗାଁରୁ BNS ର ଧାରା 163 ହଟିଥିବା ବେଳେ ଇଣ୍ଟରନେଟ କଟକଣା ଆଜି ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଏମଭି ୨୬ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ଯାଉଛି । ଥଇଥାନ କାର୍ଯ୍ୟ ଜାରି ରହିଛି । ଭାରତୀୟ ରେଡ଼କ୍ରସ ତରଫରୁ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି ରିଲିଫ ସାମଗ୍ରୀ । ୧୯୫୮ରେ ଦଣ୍ଡକାରଣ୍ୟ ଥଇଥାନ ଯୋଜନାରୁ ବଙ୍ଗୀୟ ଶରଣାର୍ଥୀ ଓ ଆଦିବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ନିକଟରେ ଲୋକେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଦୁଇ ଗାଁ ରାଖାଲଗୁଡ଼ା ଓ ଏମଭି ୨୬ ମୁହାଁମୁହିଁ ହୋଇଥିଲେ ।

