ରାଜ୍ୟ

ଏମ୍ସ ଭୁବନେଶ୍ୱର ପକ୍ଷରୁ ଭାରତର ପ୍ରାଚୀନ ସାଇକାଡ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା

Spread the love

ଭୁବନେଶ୍ୱର: ଭାରତରେ ଦେଖାଯାଉଥିବା ପ୍ରାଚୀନ ସାଇକାଡ, ସ୍ଥାନୀୟ ଭାଷାରେ ଜଣାଶୁଣା ଅରୁଗୁଣ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଏମ୍ସ ଭୁବନେଶ୍ୱର ପକ୍ଷରୁ ଗବେଷଣା ଆରମ୍ଭ ହୋଇଛି। ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମଧ୍ୟ ଏହି ପ୍ରାଚୀନ ଅରୁଗୁଣ ଗଛ ଉପଲବ୍ଧ।

ତେବେ, ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ତଥ୍ୟ ଅନୁସାରେ, ବୈଜ୍ଞାନିକମାନେ ଓଡ଼ିଶାର ଜଙ୍ଗଲରେ ମିଳୁଥିବା ତଥା ସ୍ଥାନୀୟ ଅଞ୍ଚଳରେ ଭେରୁ ଭାବେ ଜଣାଶୁଣା ଏହି ଉଦ୍ଭିଦର ବିଭିନ୍ନ ପ୍ରଜାତିରେ, ଏକ ସମ୍ଭାବ୍ୟ ନ୍ୟୁରୋଟକ୍ସିନ୍ ଚିହ୍ନଟ କରିଛନ୍ତି।ଆମ ରାଜ୍ୟର ଖୋର୍ଦ୍ଧାଢେଙ୍କାନାଳ ଆଦି ଜିଲ୍ଲାର କିଛି ଗ୍ରାମରେ, ସ୍ଥାନୀୟ ଜନସଂଖ୍ୟାର କିଛି ଅଂଶ, ଏହି ଗଛର ଫଳକୁ ସେମାନଙ୍କ ଖାଦ୍ୟ ଏବଂ ରୀତିନୀତିର ଅଂଶ ଭାବରେ ପିଠା ଭଳି ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି। ପୂର୍ବପୁରୁଷରୁ ଚଳିଆସୁଛି ଏହି ପରମ୍ପରା। ମାତ୍ର ଆରୁଗୁଣ ବୃକ୍ଷରେ ବିଷାକ୍ତ ପ୍ରଭାବ ଜଣାପଡ଼ିବା ପରେ ଆଶଙ୍କା ସୃଷ୍ଟି ହୋଇଛି। 


ତେବେ ଏହି ସେବନ ଅଭ୍ୟାସଗୁଡ଼ିକ ବିଭିନ୍ନ ଜଟିଳ ସ୍ନାୟୁବିକ(ନ୍ୟୁରୋଲୋଜିକାଲ) ରୋଗର ବର୍ଦ୍ଧିତ ଘଟଣା ସହିତ ସିଧାସଳଖ ଜଡିତ କି ନାହିଁ ତାହା ଏମ୍ସ ଭୁବନେଶ୍ୱର ପକ୍ଷରୁ  ଆରମ୍ଭ ହୋଇଥିବା ଏକ ନୂତନ ଗବେଷଣାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ, ଜାପାନ ଆଦି ରାଷ୍ଟ୍ରଗୁଡ଼ିକରେ ଏହି ଉଦ୍ଭିଦ ସେବନ ଫଳରେ ନାନା ରୋଗ ସୃଷ୍ଟି ହେଉଥିବା ପ୍ରମାଣିତ ହୋଇସାରିଛି।

ଏହି ପ୍ରଶ୍ନର ସମାଧାନ ପାଇଁ, ଜାତୀୟ ଏବଂ ଅନ୍ତର୍ଜାତୀୟ ବୈଜ୍ଞାନିକ ଏବଂ ଚିକିତ୍ସା ବିଶେଷଜ୍ଞଙ୍କ ଏକ ବିଶିଷ୍ଟ ଗୋଷ୍ଠୀ “ସାଇକାଡ-ସମ୍ବନ୍ଧିତ ସ୍ନାୟୁଗତ ବ୍ୟାଧି: ଏହାର ପ୍ରତିକାର ପାଇଁ ଏକ ବହୁ-ପରିମାଣୀୟ ପଦ୍ଧତି” ଶୀର୍ଷକ ଏକ ଅନ୍ତର୍ଜାତୀୟ କର୍ମଶାଳାରେ ଏକତ୍ରିତ ହୋଇଥିଲେ। ଏମ୍ସ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ଏବଂ ଉତ୍ତର-ପୂର୍ବ ହିଲ୍ ବିଶ୍ୱବିଦ୍ୟାଳୟ (ଏନଇଏଚୟୁ), ଶିଲଂ ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *