ରାଜ୍ୟ

ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଆଁରେ କୋମନା ଥାନାରେ ମାମଲା, ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ଅଭିଯୋଗ

Spread the love

ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହାଭିତରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ ହୋଇଛି। ଜଣେ ବିଜେପି ସମର୍ଥକଙ୍କୁ ବିଜେଡ଼ି ନେତା ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଅଭିଯୋଗ ହୋଇଛି। ଏନେଇ ବିଏନଏସ୍ ଧାରା ୨୯୬, ୩୫୧(୨), (୩), (୫), ୧୨୬(୨),  ୧୧୫(୨)ରେ  ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି ।କୋମନା ପାଇକପଡ଼ାର ଜିପ୍ଲ ଆଡ଼ବଙ୍ଗଙ୍କୁ ବିଜେଡ଼ି ନେତାମାନେ କୋମନା ସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକିଥିଲେ। ଅପରାହ୍ନରେ ଜିତୁ ଅଡ଼ବଙ୍ଗ ସେହି ଫାର୍ମ ହାଉସକୁ ଯାଇଥିଲେ। ସେଠି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ। ଆଗରୁ ବିଜେଡ଼ିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛି ବୋଲି କହିଥିଲେ। ସେଠି ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ । ତୁ ମୋତେ ଚିହ୍ନୁନି ତୋତେ ଓ ତୋର ପରିବାରକୁ ଜୀବନରେ ମାରିଦେବି ବୋଲି ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀ ଧମକଚମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ଘଟଣା ବିଷୟରେ ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ‌ଉଦ୍ଧାର କରିଥିବା ଜିତୁ କହିଛନ୍ତି। 

Leave a Reply

Your email address will not be published. Required fields are marked *