ଦିଲ୍ଲୀର ଏକ୍ୟୁଆଇ ଲଗାତାର ଦ୍ୱିତୀୟ ଦିନ ପାଇଁ ଖରାପ ରହିଛି, ଅନେକ କ୍ଷେତ୍ରରେ ମଧ୍ୟମ
ନୂଅାଦିଲ୍ଲୀ: ଦିଲ୍ଲୀର ବାୟୁ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଲଗାତାର ଦ୍ୱିତୀୟ ଦିନ ପାଇଁ ‘ଖରାପ’ ବର୍ଗରେ ରହିଛି। ଶୁକ୍ରବାର ଦିଲ୍ଳୀର ବାୟୁ ଗୁଣବତ୍ତା ସୂଚନାଙ୍କ (ଏକ୍ୟୁଆଇ) ୨୧୮ ଥିବା ବେଳେ ଶନିବାର ସମାନ୍ୟ ବୃଦ୍ଧି ପାଇ ୨୩୩ରେ ପହଞ୍ଚିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଓ ଏକ୍ୟୁଆଇ ‘ମଧ୍ୟମ’ ଏବଂ ‘ଖରାପ’ ବର୍ଗ ମଧ୍ୟରେ ରହିଛି, ଉତ୍ତର ଦିଲ୍ଲୀର ୱାଜିରପୁର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଥିଲା, ଯାହାର ଏକ୍ୟୁଆଇ ଥିଲା ୩୨୩। ଯାହାକି ‘ଅତ୍ୟନ୍ତ ଖରାପ’ ବର୍ଗ ଅନ୍ତର୍ଭୂକ୍ତ।ଆମେ ଜାଣନ୍ତି ଯେ ୦ରୁ ୫୦ ମଧ୍ୟରେ ଏକ୍ୟୁଆଇ ରହିଲେ ଭଲ, ୫୧-୧୦୦ ଭିତରେ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟରେ ମଧ୍ୟମ, ୨୦୧-୩୦୦ ମଧ୍ୟରେ ଖରାପ, ୩୦୧-୪୦୦ ମଧ୍ୟରେ ଅତି ଖରାପ, ୪୦୧-୫୦୦ ମଧ୍ୟରେ ଗମ୍ଭୀର ବୋଲି ବିବେଚନା କରାଯାଏ।
ପୁସା (୧୮୫), ଲୋଧି ରୋଡ୍ (୧୭୭), ଆଇଜିଆଇ ବିମାନବନ୍ଦର ଟି୩ (୧୭୫), ମଥୁରା ରୋଡ୍ (୧୫୮) ଏବଂ ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜ (୧୯୭) ଭଳି ଦିଲ୍ଳୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ‘ମଧ୍ୟମ’ ବର୍ଗରେ ଥିଲା।
ସେହିପରି ଆନନ୍ଦ ବିହାର (୨୮୫), ପଞ୍ଜାବୀ ବାଗ (୨୫୬), ବାୱାନା (୨୯୪), ଅଶୋକ ବିହାର (୨୮୨) ଏବଂ ଆରକେ ପୁରମ (୨୮୪) ଭଳି କିଛି ପ୍ରଦୂଷଣ ହଟସ୍ପଟ୍ ‘ଖରାପ’ ବର୍ଗରେ ଥିଲା।