ରାଜ୍ୟ

ବାତ୍ୟା ‘ମୋନ୍ଥା’ ର ମୁକାବିଲା କାର୍ଯ୍ୟରେ ନିୟୋଜିତ ଯୋଗାଣ ସହାୟକଙ୍କ ମୃତ୍ୟୁ

Spread the love

ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ରାୟଗଡ଼ ବ୍ଲକ ପୋତାର ପଞ୍ଚାୟତରେ ବାତ୍ୟା ମୋନ୍ଥାର ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିବା ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ସୂଚନା ଅନୁଯାୟୀ, ଯୋଗାଣ ସହାୟକ ସୁରେନ୍ଦ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ଆଣିବା ସହିତ ସେମାନଙ୍କ ରହଣୀ ଓ ଖାଦ୍ୟପେୟ ବ୍ୟବସ୍ଥା ବୁଝୁଥିଲେ।  ସୁରେନ୍ଦ୍ର ନିଜ ଡିଉଟି ସାରି ଖାଇବା ପରେ ଶୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ସୁରେନ୍ଦ୍ର ଗମାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛିବାତ୍ୟା ପବନ ନେଇ ଆସୁଥିବା ବେଳେ ଓଡିଶାକୁ ପବନର ଭୟ ନୁହେଁ ବରଂ ବର୍ଷାର ଭୟ ରହିଛି । କାରଣ ବର୍ଷା ହେଲେ ଭୂସ୍ଖଳନର ଆଶଙ୍କା ରହିଛି । ଗଜପତି ଭୂସ୍କଳନର ରାଡାର ଭିତରେ ଥିବାରୁ ବାତ୍ୟା ପ୍ରଭାବରେ ବର୍ଷା ଭୂସ୍ଖଳନର ଆଶଙ୍କା ଏବଂ ଆତଙ୍କକୁ ବଢାଇ ଦେଇଛି । ତେବେ ଗଜପତି ଜିଲ୍ଲାକୁ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମୋଟ ୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅସୁରକ୍ଷିତ କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୧୬୬ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୯୧ ଜଣ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି । 

Leave a Reply

Your email address will not be published. Required fields are marked *