ରାଜ୍ୟ

ବାତ୍ୟା ‘ମୋନ୍ଥା’ ପ୍ରଭାବ: ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି

Spread the love

ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଥିବାର ପରିଲକ୍ଷିତ ହେଉଛି। ବିଶେଷ କରି ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି। କଟକ ଓ ଭୁବନେଶ୍ବରରେ ମଧ୍ୟ ବର୍ଷା ଜାରି ରହିଛି।ବର୍ଷା ଓ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନଦୀବନ୍ଧ ସୁଦୃଢ଼ କରିବା ଏବଂ ଚାଷୀଙ୍କ ଫସଲ ଯେପରି ନଷ୍ଟ ନହେବ ସେନେଇ ଆଗୁଆ ପଦକ୍ଷେପ ନେବାକୁ ବି କୁହାଯାଇଛି।୨୮ ତାରିଖରେ ଆନ୍ଧ୍ର ପ୍ରଦେଶର କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଓ ବାତ୍ୟକୁ ଆଖି ଆଗରେ ରଖି ଭାଇଜାଗକୁ ହାଇ ଆଲର୍ଟ ଜାରି କରାଯାଇଛି| ବିମାନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ | ଏୟାର ଇଣ୍ଡିଆ, ଇଣ୍ଡିଗୋ ବିମାନ ବାତିଲ | ୨୮ ତାରିଖ ପାଇଁ  ଏହି ସୂଚନା ଜାରି ହୋଇଛି |ଆସନ୍ତାକାଲି ପାଇଁ ୭୦ଟି ଟ୍ରେନକୁ ଅଟକାଇ ରଖିଛନ୍ତି ସାଉଥ ସେଣ୍ଟ୍ରାଲ କର୍ତ୍ତୃପକ୍ଷ |

Leave a Reply

Your email address will not be published. Required fields are marked *