ଦେଶ- ବିଦେଶ

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବଡ଼ ବୟାନ ଦେଇଛନ୍ତି ।  ରୁବିଓ କହିଛନ୍ତି ଯେ ୱାଶିଂଟନ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଭାରତ ସହିତ ଆମେରିକାର ଦୃଢ଼ ସହଭାଗୀତାକୁ ପ୍ରଭାବିତ କରିବ ନାହିଁ।

Spread the love

ଡୋନାଲ୍ଡ ଟ୍ରମ୍ପ (Donald Trump)ଙ୍କ ୨ୟ କାର୍ଯ୍ୟକାଳ ସମୟରେ ଭାରତ ଓ ଆମେରିକା ସଂପର୍କ ଭଲ ହେବ କ’ଣ ଆହୁରି ଖରାପ ହୋଇଛି । ଆଗକୁ ଏହି ସଂପର୍କ ଆହୁରି କେତେ ଖରାପ ହେବ ତାହା କହିବା ସମ୍ଭବ ନୁହେଁ । ଏପରି ସ୍ଥିତିରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବଡ଼ ବୟାନ ଦେଇଛନ୍ତି । 

ରୁବିଓ କହିଛନ୍ତି ଯେ ୱାଶିଂଟନ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଭାରତ ସହିତ ଆମେରିକାର ଦୃଢ଼ ସହଭାଗୀତାକୁ ପ୍ରଭାବିତ କରିବ ନାହିଁ। ରୁବିଓ ସ୍ପଷ୍ଟ କରିଛନ୍ତି ଯେ ଆମେରିକାର ଲକ୍ଷ୍ୟ ପାକିସ୍ତାନ ସହିତ ସମ୍ପର୍କକୁ କେବଳ ଆତଙ୍କବାଦ ବିରୋଧୀ ସହଯୋଗ ପର୍ଯ୍ୟନ୍ତ ସୀମିତ ରଖିବା ନୁହେଁ, ବରଂ ଆର୍ଥିକ ଏବଂ ରଣନୈତିକ ସ୍ତରରେ ମଧ୍ୟ ସହଭାଗୀତାକୁ ବିସ୍ତାର କରିବା।”ଭାରତ ସହିତ ସମ୍ପର୍କ ଗଭୀର ଏବଂ ଐତିହାସିକ” 

“ଭାରତ ସହିତ ଆମର ସମ୍ପର୍କ ଗଭୀର, ଐତିହାସିକ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନ ସହିତ ଆମର ଆଲୋଚନା ଭାରତର ବିନିମୟରେ ହେବନାହିଁ ” ରୁବିଓ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଏକ ବାସ୍ତବବାଦୀ ବୈଦେଶିକ ନୀତି ଅନୁସରଣ କରୁଛି, ଏକକାଳୀନ ଅନେକ ଦେଶ ସହିତ ସମ୍ପର୍କକୁ ମଜବୁତ କରୁଛି। ଭାରତ ଏକ ଅତ୍ୟନ୍ତ ପରିପକ୍ୱ ଦେଶ ଏବଂ ବିବିଧ ଦେଶ ସହିତ ସମ୍ପର୍କର ଆବଶ୍ୟକତାକୁ ବୁଝେ।

Leave a Reply

Your email address will not be published. Required fields are marked *