ରାଜ୍ୟ

ଦୋଷୀ ଉପଯୁକ୍ତ ଦଣ୍ଡ ପାଇବାରେ ପୁଲିସର ମୁଖ୍ୟ ଭୂମିକା ରହିଛି: ଡ଼ିଜିପି

Spread the love

ରାଜ୍ୟ ପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଗୁରୁବାର ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୁଲିସ ଜିଲ୍ଲାରୁ ୨୮୨ ଜଣ ପ୍ରତିଯୋଗୀ, ୪୩ ଶ୍ଵାନ, ୪୩ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି। ୪୨ ଜଣ ଇନ୍ସପେକ୍ଟର, ୩୪ ଜଣ ଏସ.ଆଇ, ୫୯  ଜଣ ଏ.ଏସ.ଆଇ, ୧୬ ଜଣ ହାବିଲଦାର, ୧୩୧ ଜଣ କନଷ୍ଟେବଳ ଏବଂ  ୪୩  ପୁଲିସ ଶ୍ଵାନ (କେ-୯) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଡ଼ିଜିପି  ଅପରାଧ ନିରାକରଣ ଏବଂ ଅପରାଧ ଅନୁସନ୍ଧାନ ପୁଲିସର ମୁଖ୍ୟ ଦାୟିତ୍ଵ ବୋଲି କହିବା ସହ ଦୋଷୀର ଉପଯୁକ୍ତ ଦଣ୍ଡ ପାଇବାରେ ପୁଲିସର ମୁଖ୍ୟ ଭୂମିକା ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ। ପୁଲିସର ତଦନ୍ତ ସଠିକ ହୋଇ ନଥିଲେ ଦୋଷୀଟିଏ ଖସି ଯିବାର ବହୁତ ସମ୍ଭାବନା ଥାଏ ତେଣୁ ବୈଜ୍ଞାନିକ  ଏବଂ  ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ଦୋଷୀ ସାବ୍ୟସ୍ତ ହାରରେ ଉନ୍ନତି ସଂକ୍ରାନ୍ତରେ  ସେ ଗୁରୁତ୍ଵାରୋପ କରିଥିଲେ । 

Leave a Reply

Your email address will not be published. Required fields are marked *