ରାଜ୍ୟ

ବାଲେଶ୍ୱର ପୌରାଂଚଳର ୨୦ନଂ ୱାର୍ଡରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଦୁଇଟି ନୂତନ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ମାନସ କୁମାର ଦତ୍ତ

Spread the love

ପୂର୍ବ ପ୍ରତିଶୃତି ଅନୁଯାୟୀ ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ମାନସ କୁମାର ଦତ୍ତ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ବାଲେଶ୍ୱର ପୌରପାଳିକାର ୨୦ନଂ ୱାର୍ଡରେ ଦୁଇଟି ନୂତନ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ଦେଇଛନ୍ତି ବିଧାୟକ ଶ୍ରୀ ଦତ୍ତ । ଏହି କ୍ରମରେ ପ୍ରଥମେ ବାଲେଶ୍ୱର ପୌରପାଳିକା ପକ୍ଷରୁ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଉଦୟ ନଗର – ଶକ୍ତି ନଗର ଅଂଚଳର ବିନୋଦ ଜେନାଙ୍କ ଘର ଠାରୁ ବିଜୟ ପାତ୍ରଙ୍କ ଘର ଦେଇ ରାମଚନ୍‌ଦ୍ର ତ୍ରୀପାଠିଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟର ଶୁଭ ଦିଆଯାଇଥିଲା ।

ସେହିପରି ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ଦାବି ଓ ଆଗ୍ରହକୁ ଦୃଷ୍ଟିରେ ରଖି ପୌରପାଳିକାର ୨୦୨୪-୨୫ ଡିଭୋଲ୍ୟୁସନ ଅନୁଦାନ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଉଦୟ ନଗର ମେନ ରୋଡର ଫିଲିପ ଦେଙ୍କ ଘର ଠାରୁ ଉଖିଲା ହେମରମଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଓ ନାଳ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଥିଲେ । ସମସ୍ତ ପ୍ରକଳ୍ପକୁ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।

କାଉନସିଲର ନିରୂପମା ଦାଶଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରଧ୍ୟାକ୍ଷା ସବିତା ସାହୁ ଯୋଗଦେଇ ପୌରପାଳିକା ପକ୍ଷରୁ ଜାରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା, ପୁର୍ବତନ କାଉନସିଲର ଉପେନ୍ଦ୍ର ଶତପଥୀ, ବରିଷ୍ଠ ନେତା ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ରାଜେନ୍ଦ୍ର ଚାଟାର୍ଜୀଙ୍କ ସହ ଶୈଳେନ୍ଦ୍ର ପ୍ରସାଦ ଦାସ, ସତ୍ୟ ରଞ୍ଜନ ତ୍ରୀପାଠି, ବିସ୍ମୟ ନାୟକ, ଭାସ୍କର ପାଢୀ, ରବୀନ୍ଦ୍ର ପରିଡା, ବିଜୟ ପାତ୍ର, ମାନସ ରାଉତରାୟ, ସଞ୍ଜୟ ରାଉତ, କରୁଣାକର ମହାପାତ୍ର, ଭରତ ଗୋଚ୍ଛାୟତ, କିଶୋର ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ରହି ଗ୍ରାମବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣରେ ପ୍ରୟାସ ଓ ପଦକ୍ଷେପ ପାଇଁ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *