ମୁଖ୍ୟ ଖବରରାଜ୍ୟ

ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ଆଜି ପୁଲିସ ନିକଟରେ ଦୁଇ ଜଣ ମହିଳା ମାଓବାଦୀ ସମେତ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସମସ୍ତଙ୍କ ମୁଣ୍ଡରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

Spread the love

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ଆଜି ପୁଲିସ ନିକଟରେ ଦୁଇ ଜଣ ମହିଳା ମାଓବାଦୀ ସମେତ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସମସ୍ତଙ୍କ ମୁଣ୍ଡରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ସମସ୍ତ ନକ୍ସଲ ଓଡ଼ିଶା କମିଟିର ସଦସ୍ୟ ବୋଲି ଜଣାପଡ଼ିଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଜୈନୀ, ମନିଲା ଏବଂ ଦିନେଶ। ସମସ୍ତେ ନିଜର ବନ୍ଧୁକ ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସମସ୍ତ ନକ୍ସଲ ଗତ ୫ ବର୍ଷରୁ ୮ ବର୍ଷ ପର୍ଯ୍ୟନ୍ତ ସଂଗଠନ ସହ ଜଡ଼ିତ ଥିଲେ। ଏମାନେ ବଡ ବଡ଼ମାଓ ନେତାଙ୍କ ସହ ମଧ୍ୟ କାମ କରିଥିବା ସ୍ବୀକାର କରିଥିଲେ। ପୁଲିସ ଉପରେ ଆକ୍ରମଣ କରିବା ସହ ଲୋକଙ୍କୁ ମାରପିଟ, ଲୁଟପାଟ, ଲ୍ୟାଣ୍ଡମାଇନ ଖଞ୍ଜିବା ଇତ୍ୟାଦି ହିଂସାରେ ଜଡ଼ିତ ଥିବା ସ୍ବୀକାର କରିଛନ୍ତି।

ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ପୁଲିସର ଲଗାତାର ଅପରେସନ ଯୋଗୁଁ ଏମାନେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଥିଲେ। ସଂଗଠନରେ ନେତା ବିହୀନ ହୋଇଥିବା ଏମାନେ କହିଛନ୍ତି। ଦୁଇ ଗୋଷ୍ଠୀ ହୋଇ ଏବେ ସଂଗଠନ ଭୁଶୁଡ଼ିବା ସ୍ଥିତିରେ ପହଞ୍ଚିଥିବା ସ୍ବୀକାର କରିଥିଲେ। ପୁଲିସ ତରଫରୁ ତିନି ଜଣ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *