ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ବାଲେଶ୍ବର ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ରକ୍ଷା ବନ୍ଧନ ପାଳିତ
ଆଜି ପୂର୍ବାହ୍ନରେ ବାଲେଶ୍ବରସ୍ଥିତ ସର୍କିଟ ହାଉସ ଠାରେ ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ବାଲେଶ୍ବରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହିତ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ରକ୍ଷା ବନ୍ଧନର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିବା ସହିତ ରକ୍ଷା ବନ୍ଧନ ଉପରେ ନିଜର ସ୍ବରଚିତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ସରକାରୀ ଦଳର ଉପ-ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଭାଇମାନେ ଭଉଣୀମାନଙ୍କର ସୁରକ୍ଷା ନିମନ୍ତେ ରକ୍ଷା କବଚ ହେବା ଉଚିତ ବୋଲି ମନ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ସଦସ୍ୟା ବି. କେ. ମିନତୀ ରକ୍ଷା ବନ୍ଧନ ଏକ ଆଧ୍ୟାତ୍ମିକ ଚିନ୍ତନ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାକୁ ମମତା ମହାପାତ୍ର ସଞ୍ଚାଳନ କରିଥିଲା ବେଳେ ପୂର୍ବତନ ସଭାପତି ଉମାକାନ୍ତ ମହାପାତ୍ର ରକ୍ଷା ବନ୍ଧନ ଆମ ସମସ୍ତଙ୍କ ପାଇଁ ଏକ ପବିତ୍ର ବନ୍ଧନ ବୋଲି ମତ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ସଦସ୍ୟ-ସଦସ୍ୟା ବି. କେ. ଗୋପାଳ, ବି.କେ. ପ୍ରମୋଦ, ବି. କେ. ମିଲି ଓ ବି.କେ. ମୀନା ବିଜେପି ପକ୍ଷରୁ ଉପସ୍ଥିତ ଥିବା ପୂର୍ବତନ ସଭାପତି ଲମ୍ବୋଦର ନାୟକ, ପର୍ଶୁରାମ ବେହେରା, କମଳ ଲୋଚନ ଦାସ, ମିନାକ୍ଷୀ ମହାପାତ୍ର, ପରମାନନ୍ଦ ମହାପାତ୍ର, ଆଶିଷ ଘୋଷ, ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ସିପ୍ରାରେଖା ମହାପାତ୍ର, ପ୍ରଶାନ୍ତି ସାହୁ, ସୁକାନ୍ତି ଦେବଗୋସ୍ୱାମୀ, ଚନ୍ଦ୍ରମଣି ମହାପାତ୍ର, ସୂର୍ଯ୍ୟ ନାରାୟଣ ସାହୁ, ପୂଜା ତରେଇ, କାଉନସିଲର, ସୋର, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ସରକାରୀ ଉପ ମୁଖ୍ୟ ସଚେତକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।