ରାଜ୍ୟ

Leading

Spread the love

କ୍ଷମତା ଯିବା ପରେ ବିଜେଡିର ଶୃଙ୍ଖଳାରେ ଲାଗିଲାଣି ପ୍ରଶ୍ନଚିହ୍ନ

ଭୁବନେଶ୍ବର: ବିଜେଡି କ୍ଷମତାରେ ଥିବା ବେଳେ ବରିଷ୍ଠ କି କନିଷ୍ଠ କେହି ଦଳର ନେତୃତ୍ବ ବା ଅଘୋଷିତ ସର୍ବେସର୍ବାଙ୍କ ବିରୋଧରେ ମୁହଁ ଖୋଲୁନଥିଲେ। ତୁଣ୍ଡରୁ ପଦଟିଏ କଥା ବାହାରିବା କଥା ବି କଷ୍ଟକର ଥିଲା। ସବୁ ଦେଖୁଥିଲେ, ଜାଣୁଥିଲେ ବି ସମସ୍ତେ ଚୁପ୍ ରହୁଥିଲେ। କ୍ଷମତା ଲୋଭ, ପୁଲିସର ଚାପ ବା ନିଲମ୍ବନ ଭୟ ହେଉ ବି ରହୁଥିଲା। ଯେମିତିକି ବର୍ତ୍ତମାନର ବ୍ରହ୍ମପୁର ସାଂସଦ  ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ ଘଟିଥିଲା। ସବୁ କିଛି ବରଦାସ୍ତ କରୁଥିଲେ। ସେତେବେଳେ କେବଳ ଉପରୋକ୍ତ କାରଣରୁ ଯୋଗୁ ବିଜେଡି ଏକ ଶୃଙ୍ଖଳିତ ଦଳ ଭଳି ବାହାରୁ ଜଣାପଡ଼ୁଥିଲା। ହେଲେ କ୍ଷମତା ଯିବା ପରେ ଆଉ ସେହି ଅବସ୍ଥା ନାହିଁ। ଏବେ ଖାଲି ବରିଷ୍ଠ ନୁହନ୍ତି, ବରଂ କନିଷ୍ଠମାନେ ବି ମୁହଁ ଖୋଲିଲେଣି। ଏବେ ଆଉ ସେଭଳି ଭୟ ନାହିଁ କି ଚାପ ନଥିବା ଭଳି ମନେହେଉଛି। ଏହି କାରଣରୁ ବିଜେଡିରେ ଆଉ ପୂର୍ବ ଶୃଙ୍ଖଳା ନାହିଁ।

Leave a Reply

Your email address will not be published. Required fields are marked *