ମୁଖ୍ୟ ଖବରରାଜ୍ୟ

ସୁଭଦ୍ରା ତୃତୀୟ କିସ୍ତିରୁ ବାଦ ପଡିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ ମହିଳା

Spread the love

ଶନିବାର ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ମିଳୁଥିବା ଟଙ୍କା ପ୍ରସଂଗରେ ନିଜର ଉତ୍ତର ରଖିଛନ୍ତି। ପ୍ରଭାତି ପରିଡ଼ାଙ୍କ କହିବାନୁସାରେ, ୩ ଲକ୍ଷ ୯୯ ହଜାର ୩୫୨ ଜଣ ମହିଳା ସୁଭଦ୍ରା ତୃତୀୟ କିସ୍ତିରୁ ବାଦ ପଡିଛନ୍ତି। ସେହିଭଳି ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ଜଣ। ସୁଭଦ୍ରା ପ୍ରଥମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ମହିଳା ଉପକୃତ ହୋଇଥିଲେ। ଦ୍ବିତୀୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର ତୃତୀୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ। ମୋଟ୍‌ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ସୁଭଦ୍ରା ଟଙ୍କା ପାଇବାକୁ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *