ରାଜ୍ୟ

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ଆମେ ନିର୍ବାଚନ ଲଢ଼ିବୁନି: ତେଜସ୍ବୀ ଯାଦବ

Spread the love

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପାଇଁ ଏନଡିଏ ପୁଣିଥରେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରାର୍ଥୀ କରିବାକୁ ଘୋଷଣା କରିଛି। ହେଲେ ସବୁଠାରୁ ବଡ଼ ବିରୋଧୀ ମେଣ୍ଟ ଏପର୍ଯ୍ୟନ୍ତ ତାଙ୍କର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ଘୋଷଣା କରିନାହିଁ। ମହାଗଠବନ୍ଧନର ସବୁଠାରୁ ବଡ଼ ଦଳ ଆରଜେଡି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବ ବୋଲି ଈସାରା ଦେଉଥିବା ବେଳେ କଂଗ୍ରେସ, ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିଷ୍ପତ୍ତି ନେବା ବିଷୟରେ ସାର୍ବଜନୀନ ଭାବରେ କହୁଛି। ଅନ୍ୟ ପକ୍ଷ‌ରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ଆମେ ନିର୍ବାଚନ ଲଢ଼ିବୁନି ବୋଲି କହିଛନ୍ତି ତେଜସ୍ବୀ।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତେଜସ୍ୱୀ ଯାଦବ ଦାବି କରିଛନ୍ତି ଯେ, ସେମାନେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ନିର୍ବାଚନ ଲଢ଼ିବେ ନାହିଁ। ବିହାରରେ ଆୟୋଜିତ ହୋଇଥିବା ଅଧିକାର ଯାତ୍ରାକୁ ‌ନେଇ ତେଜସ୍ୱୀ ଯାଦବ କହିଛନ୍ତି ଯେ, “ଏହି ଅଧିକାର ଯାତ୍ରା ଯୁବପିଢ଼ିଙ୍କ ପାଇଁ। ରାଜ୍ୟରେ ନିବେଶକୁ ଆକର୍ଷିତ କରିବା, କାରଖାନା ସ୍ଥାପନ କରିବା, ଦାରିଦ୍ର୍ୟ ଦୂର କରିବା ଏବଂ ପ୍ରବାସକୁ ବନ୍ଦ କରିବା ପାଇଁ ଏକ ଯାତ୍ରା। ଜନତା ହେଉଛନ୍ତି ମାଲିକ।”

ମୁଖ୍ୟମନ୍ତ୍ରୀ ଚେହେରା ଏବଂ ଆସନ ବଣ୍ଟନର ପ୍ରଶ୍ନରେ ତେଜସ୍ୱୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଟିକିଏ ଅପେକ୍ଷା କରନ୍ତୁ। ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ବାଛିବାକୁ ଯାଉଛନ୍ତି। ଆସନ ବଣ୍ଟନ ୫-୧୦ ଦିନ ମଧ୍ୟରେ ହେବ। ଏହା ପରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯିବ। ଜନସାଧାରଣ ହେଉଛନ୍ତି ମାଲିକ। ଆମେ ମୁଖ୍ୟମନ୍ତ୍ରୀ ଚେହେରା ବିନା ନିର୍ବାଚନ ଲଢ଼ିବୁ ନାହିଁ।” 

Leave a Reply

Your email address will not be published. Required fields are marked *